www.samajalive.in
Tuesday, December 9, 2025
17.1 C
Bhubaneswar

କଇଥଖୋଲାରେ ଆୟୁଷ୍ମାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ଯତୀନ୍ଦ୍ରନାଥ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଦେବାଶିଷ ବାଗୁଡାଇ ଏବଂ ଯତୀନ୍ଦ୍ରନାଥ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୟ କୁମାର ପାହାଡି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ । ଧାମରା ଅଂଚଳରେ ଥିବା ୮ଟି ପଂଚାୟତର ୩୦ଟି ଉଚ୍ଚ ବିଦ୍ୟାଳୟ ଏବଂ ହାଇସ୍କୁଲର ୬୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଶିବିରରେ ଯୋଗ ଦେଇଛନ୍ତି । ପ୍ରଶିକ୍ଷକ ଭାବେ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅନୁପ କୁମାର ଦାସ,ଗୋରାଚାନ୍ଦ ମାଝୀ ଓ ଧନପତି ମାନ୍ନା ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ଶୈଶବ ଓ କୈଶୋର ଅବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସଂପର୍କରେ ଏହି ଶିବିରରେ ୫ ଦିନ ଧରି ଆଲୋଚନା କରାଯିବ ବୋଲି ସଂଯୋଜକ ଅନୁପ କୁମାର ଦାସ ସୂଚନା ଦେଇଛନ୍ତି । ଉକ୍ତ ଶିବିରରେ ସୁପରିଚାଳନାରେ ଶିକ୍ଷକ ବିଶ୍ବରଞ୍ଜନ ଭୂୟାଁ, ହେମନ୍ତ କୁମାର ବାରିକ, ବସନ୍ତ ମଣ୍ଡଳ , ଦାଶରଥି ମଣ୍ଡଳ ଓ ଲବ କୁମାର ସାମନ୍ତ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories