www.samajalive.in
Thursday, December 11, 2025
27.1 C
Bhubaneswar

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ପଣ୍ଡାଙ୍କର ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସକାଳ ୮ଟା ସମୟରେ ରାୟଗଡ଼ା ସ୍ଥିତ ଗୁରୁଗୁଡା ବାସଭବନଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଶ୍ରୀ ପଣ୍ଡା ଦୀର୍ଘ ୪୦ବର୍ଷ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରି ରାମନାଗୁଡା ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରୁ ୨୦୧୩ ମସିହା ମେ’ ୩୦ତାରିଖ ଦିନ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ୨୦୧୩ ମସିହା ଜୁନ ୧ରୁ ଓଡ଼ିଶାର ଏକ ଖବରକାଗଜ ସଂସ୍ଥାରେ ବ୍ଲକପ୍ରତିନିଧି ରୂପେ କାର୍ଯ୍ୟ କରି ଆସୁଥିଲେ।

ସେ ଜିଲ୍ଲା ସାମ୍ବାଦିକ ସଂଘ, ଏସୟୁଜେ ରାୟଗଡା ଶାଖାର ଦାୟିତ୍ୱବାନ ପଦବୀରେ ରହିଥିଲେ। ଜିଲ୍ଲାସ୍ତରରେ ସାମ୍ବାଦିକମାନଙ୍କର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ମାର୍ଗଦର୍ଶକ ରୂପେ ସେ କାର୍ଯ୍ୟ କରି ଆସୁଥିଲେ। ଶ୍ରୀ ପଣ୍ଡା ଦୀର୍ଘ ୧ବର୍ଷ ଧରି ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ରାୟଗଡ଼ା ସ୍ଥିତ ଗୁରୁଗୁଡା ବାସଭବନଠାରେ ସେ ଶଯ୍ୟାଶାୟୀ ଥିଲେ। ତାଙ୍କ ବିୟୋଗରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା, ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ, ବିଜେଡ଼ି ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ବିଡିଓ ବେଣୁଧର ଶବର, ତହସିଲଦାର ପ୍ରଭାତି ଝୋଡିଆ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ପାଢ଼ୀ, ବାଦଲ ତା, ରଞ୍ଜନ ରଥ, ଗୋପରଞ୍ଜନ ବକ୍ସିପାତ୍ର, ଅଜୟ ରଥ, ରବିନ୍ଦ୍ର ପାଟଖଣ୍ଡାଳ, ଦୟାନନ୍ଦ ଖଡ଼ଙ୍ଗା, କୀର୍ତ୍ତି ଚନ୍ଦ୍ର ସାହୁ, ରଶ୍ମି ରଞ୍ଜନ ଦୋରା, ଶିବନାରାୟଣ ଗୌଡ଼, ସୁବାଷ ସୂର୍ଯ୍ୟ, ଯୋଗେଶ୍ବର ଦାସ, ଉପଖଣ୍ଡ ସାମ୍ବାଦିକ ମିଲି ପାଢ଼ୀ, ଇନ୍ଦ୍ରଜିତ ପଣ୍ଡା, ନାଗଭୂଷଣ ରାଓ, ରବିନ୍ଦ୍ରନାଥ ମହାପାତ୍ର, ରବିନ୍ଦ୍ର ମୋହିନୀ, ଗୌରାଙ୍ଗ ପାଣିଗ୍ରାହୀ, ଜଗନ୍ନାଥ ପ୍ରାଣୀଗ୍ରହୀଙ୍କ ସମେତ ରାମନାଗୁଡା ବ୍ଲକର ସମସ୍ତ ସାମ୍ବାଦିକ ସମଵେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ପଣ୍ଡାଙ୍କ ବିୟୋଗରେ ମୃତ୍ୟୁବେଳକୁ ଧର୍ମପତ୍ନୀ, ବଡ଼ଭଭଣୀ, ବଡ଼ପୁଅ, ପୁତ୍ରବଧୂ, ନାତିନାତୁଣୀ, ଭଣଜା, ଭଣଜାବୋହୂ ପ୍ରମୁଖ ପରିବାର ବର୍ଗ ଉପସ୍ଥିତ ଥିଲେ। ରାୟଗଡ଼ା ସ୍ଥିତ ବ୍ରାହ୍ମଣ ସାହି ଶଶ୍ମାନ ଘାଟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories