www.samajalive.in
Monday, December 8, 2025
27.1 C
Bhubaneswar

ଓଭେନରେ ଦୁଇ ମାସ ଶିଶୁର ମୃତଦେହ ; ତଣ୍ଟିଚିପି ହତ୍ୟା କରି ଲୁଚାଇଥିଲା ମାଆ

ନୂଆଦିଲ୍ଲୀ : ଆପଣ ଏପରି ଶୁଣିଥିବେ ପୁଅ ସନ୍ତାନ ଆଶାରେ ଅନେକ ଏକାଧିକ ଶିଶୁ କନ୍ୟା ମଧ୍ୟ ଜନ୍ମ ଦେଇଥାଆନ୍ତି। ମାତ୍ର ପ୍ରଥମ ସନ୍ତାନ ପୁତ୍ର ହେବା ପରେ ଦ୍ୱିତୀୟ ସନ୍ତାନ ମଧ୍ୟ ପୁତ୍ର ଇଚ୍ଛା କରୁଥିବା ମାଆ,ପୁତ୍ର ବଦଳରେ କନ୍ୟା ଶିଶୁ ଜନ୍ମ ହେବା ପରେ ତା’କୁ ଘୃଣା କରିବା ସହ ତଣ୍ଟି ଚିପି ମାରି ଦେବା ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ। ଏଠାରେ ମାଆ ନିଜ ଦୁଇ ମାସର ଶିଶୁକୁ ହତ୍ୟା କରିବା ପରେ ଅନ୍ୟ କାହାର ସନ୍ଦେହ ନହେବା ପାଇଁ ଅନେକ ନାଟକ ମଧ୍ୟ କରିଥିଲା। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା।
ମାଲବୀୟ ନଗରରେ ଜଣେ ମାଆ ନିଜ ଦୁଇ ମାସର ଶିଶୁକୁ ତଣ୍ଟି ଚିପି ହତ୍ୟା କରି ମାଇକ୍ରୋବେବ ଓଭେନରେ ଲୁଚାଇ ରଖିଥିଲା। ଏହାପରେ ଶିଶୁ ନିଖୋଜ ହେବା ନେଇ ପରିଜନ ମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ଘରର ତଲାସି ନେବା ପରେ ଦୁଇ ଘଣ୍ଟା ପରେ ଓଭେନରୁ ଶିଶୁଟି ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପୁଲିସ ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମାଆକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ଅନ୍ୟ କିଛି ଲୋକଙ୍କୁ ଅଟକ ରଖିବା ସହ ଦ୍ୱିତୀୟ ସନ୍ତାନ ଶିଶୁ କନ୍ୟା ହୋଇଥିବାରୁ ମାଆ ଖୁସି ନଥିଲା ବୋଲି ପୁଲିସ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲବୀୟ ନଗରରେ ଏକ ଘରେ ପରିବାର ମଧ୍ୟରେ ପତି-ପତ୍ନୀ,ଏକ ଚାରି ବର୍ଷର ପୁତ୍ର, ୨ ମାସର କନ୍ୟା ଶିଶୁ, ବ୍ୟକ୍ତିଙ୍କ ମାଆ ଓ ଭାଇ ମଧ୍ୟ ରହୁଥିଲେ। ଘରର ନିକଟରେ ତାଙ୍କର ତେଜରାତି ଦୋକାନ ମଧ୍ୟ ଥିଲା। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଉକ୍ତ ମାଆ ଜଣକ ନିଜ ଶିଶୁର ତଣ୍ଟିଚିପି ଘରର ୨ୟ ମହଲାରେ ଥିବା ଏକ ଖରାପ ମାଇାକ୍ରୋବେବ ଓଭେନ ମଧ୍ୟରେ ରଖିଥିଲା।ଏହାପରେ ସେ ତଳ ମହଲାକୁ ଆସି ନିଜ ପୁଅକୁ ପିଟିବାକୁ ଲାଗିଥିଲେ। ସେହି ସମୟରେ ପତି,ଶାଶୁ, ଦିଅର ଦୋକାନରେ ଥିଲେ। ପାଟି ଶୁଣି ସମସ୍ତେ ଘରକୁ ଆସି ଦେଖିଥିଲେ ପୁଅକୁ ପିଟିଥିବାର ଦୃଶ୍ୟ। ଏହାପରେ ସମସ୍ତେ ତାଙ୍କୁ ଅଟକାଇଥିଲେ। ସେହି ସମୟରେ ସେ ବେହୋସ ହୋଇ ଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେ ଏସବୁ ନାଟକ କରୁଥିଲେ ବୋଲି କିଛି ସମୟ ପରେ ଜଣାପଡିଥିଲା। ଏହାପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର ମାଆ ବାପାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories