www.samajalive.in
Monday, December 8, 2025
17.1 C
Bhubaneswar

ୱାନ୍‍ ର‍୍ୟାଙ୍କ ୱାନ୍‍ ପେନ୍‍ସନ ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ: ପ୍ରତିରକ୍ଷା ବିଭାଗ କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ୱାନ୍‍ ର‍୍ୟାଙ୍କ୍‍ ୱାନ୍‍ ପେନ୍‍ସନ୍‍ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଜଷ୍ଟିସ୍‍ ଡି.ୱାଇ. ଚନ୍ଦ୍ରଚୂଡ଼, ସୂର୍ଯ୍ୟକାନ୍ତ ଓ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ୱାନ୍‍ ର‍୍ୟାଙ୍କ୍‍ ୱାନ୍‍ ପେନ୍‍ସନ୍‍ ନିଷ୍ପତ୍ତି ଏକତରଫା ନୁହେଁ ତେଣୁ କୋର୍ଟ ସରକାରଙ୍କ ନୀତିରେ ହସ୍ତକ୍ଷେପ କରିବେ ନାହିଁ। ୱାନ୍‍ ର‍୍ୟାଙ୍କ୍‍ ୱାନ୍‍ ପେନ୍‍ସନ୍‍ ନୀତିର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୯ ଜୁଲାଇ ପହିଲାଠାରୁ ୱାନ୍‍ ର‍୍ୟାଙ୍କ୍‍ ୱାନ୍‍ ପେନ୍‍ସନ ଯୋଜନା ଅନୁସାରେ ପେନସନ୍‍ ନିର୍ଦ୍ଧାରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଭଗତ ସିଂ କୋଶିଆରୀ କମିଟି ସୁପାରିଶ କରିଥିଲେ। କୋର୍ଟ କହିଛନ୍ତି ବକେୟା ଅର୍ଥ ପେନ୍‍ସନଭୋଗୀଙ୍କୁ ୩ ମାସ ମଧ୍ୟରେ ଦିଆଯିବା ଆବଶ୍ୟକ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories