www.samajalive.in
Monday, December 8, 2025
27.1 C
Bhubaneswar

ରୂପାନ୍ତରୀକରଣ ସ୍କୁଲର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବିଡିଓ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ବିଭାଗ ୨ୟ ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ ହେବା ପରେ କାମ କିପରି ଚାଲିଛି, ସରକାରଙ୍କ ରହିଥିବା ନୀତି ନିୟମ ଅନୁସାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀମାନେ କାର୍ଯ୍ୟ କରୁଛନ୍ତି କି ନାହିଁ ତା ସହିତ ହେଉଥିବା କାର୍ଯ୍ୟଗୁଡିକ ମାନ କିପରି ରହିଛି ସେ ସମ୍ପର୍କରେ ବିଡିଓ ବିଜୟ କୁମାର ନାୟକ ଟିକନିକ ଭାବେ ତଦନ୍ତ କରୁଥିବା ଦେଖିବାକୁ ମିଳିଥିଲା। ଏହି ବ୍ଲକର ସିନ୍ଦୁର ଗୌରୀ ଉଚ୍ଚ ବିଦ୍ୟାଳୟ, କାଇଁରୀକଳା ଉଚ୍ଚ ବିଦ୍ୟାଳୟ, ଏବିସିଡି ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜେଏସ୍‍ ଉଚ୍ଚ ବିଦ୍ୟାଳୟ ଅସନପାଟରେ ବର୍ତ୍ତମାନ ହେଉଥିବା ରୂପାନ୍ତରୀକରଣ କାର୍ଯ୍ୟଗୁଡିକୁ ତଦାରଖ କରିଥିଲେ। କାମ ତଦାରଖ କରିବା ସହମରେ ବିଡିଓ ଶ୍ରୀ ନାୟକ ବିଭାଗୀୟ କନିଷ୍ଠ ଯନ୍ତ୍ରୀମାନଙ୍କୁ ତାଗିଦ କରିଥିଲେ କାମ ଠିକ୍‍ ଭାବରେ କରିବା ସହିତ କାମକୁ ତ୍ବରାନ୍ବିତ କରିବା ସହିତ ଠିକ୍‍ ସମୟରେ କାମ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ ସ୍କୁଲ ଖୋଲି ଯାଇଥିବାରୁ ପିଲାଙ୍କ ପାଠ ପଢାରେ ଯେପରି କୌଣସି ବାଧା ସୃଷ୍ଟି ନହେବ ସେଥି ନିମନ୍ତେ କାମ କରୁଥିବା ଠିକାଦାରଠାରୁ ଆରମ୍ଭ କରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀମାନେ ବିଶେଷ ଭାବରେ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଇ ଲାଇବ୍ରେରୀ, କମ୍ପ୍ୟୁଟର ଗୃହ ଗୁଡିକ ଯଥା ଶୀଘ୍ର ଶେଷ କରିବା ସହିତ ଉକ୍ତ ଗୃହଗୁଡିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରି ତାକୁ କାର୍ଯ୍ୟକ୍ଷମ କଲେ ଛାତ୍ରଛାତ୍ରୀ ତାର ସୁଫଳ ପାଇବେ ସେଥିପ୍ରତି ବିଶେଷ ଧାନ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଉନ୍ନୟନ କାର୍ଯ୍ୟ ସମୀକ୍ଷା ସମୟରେ ଉପସ୍ଥିତ ରହିଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ, କିନିଷ୍ଠ ଯନ୍ତ୍ରୀ ମୃନ୍‍ମୟ ରାଉତରାୟ, ରଣଜିତ ନାଏକଙ୍କ ସମେତ ଅନ୍ୟ ପଦଧିକାରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories