www.samajalive.in
Tuesday, December 9, 2025
17.1 C
Bhubaneswar

ଗୋଆ କ୍ୟାବିନେଟରୁ ହଟିଲେ ୨ ଅସୁସ୍ଥ ମନ୍ତ୍ରୀ

ପାଣାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ସୋମବାର ରାଜ୍ୟ କ୍ୟାବିନେଟ୍‍ରୁ ତାଙ୍କର ଦୁଇଜଣ ସହଯୋଗୀ ମନ୍ତ୍ରୀ ଫ୍ରାନ୍ସିସ୍‍ ଡିସୁଜା ଏବଂ ପାଣ୍ଡୁରାଙ୍ଗ ମଦକାଇକରଙ୍କୁ ହଟାଇଛନ୍ତି। ସେମାନଙ୍କ ସ୍ଥାନରେ କୁଚୋରେମ୍‍ର ବିଜେପି ବିଧାୟକ ନୀଲେଶ କାବ୍ରାଲ ଏବଂ ପୂର୍ବତନ ଶକ୍ତିମନ୍ତ୍ରୀ ମିଲିନ୍ଦ ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି। ଉଭୟ ନେତା ସନ୍ଧ୍ୟାରେ ରାଜ୍ୟପାଳ ମ୍ରିଦୁଲା ସିହ୍ନାଙ୍କଠାରୁ ପଦ ଓ ଗେପନୀୟତାର ଶପଥ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। ଅସୁସ୍ଥ ମନ୍ତ୍ରୀଙ୍କୁ ନେଇ ରାଜ୍ୟ ସରକାର ଅଚଳ ହୋଇପଡିଛି ବୋଲି ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଅଭିଯୋଗ ହେବା ପରେ ପାରିକର ଏହି ପଦକ୍ଷେପ ଗ୍ରହଣ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଶକ୍ତି ମନ୍ତ୍ରୀ ମଦକାଇକର ଗତ ଜୁନ୍‍ରେ ମସ୍ତିଷ୍କ ଘାତର ଶିକାର ହୋଇ ମୁମ୍ବଇ ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ସହରାଞ୍ଚଳ ବିକାଶ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଡିସୁଜା ଆମେରିକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ମନ୍ତ୍ରୀ ପଦରୁ ହଟାଇବ ନେଇ ପାରିକର ସୁପାରିସ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପାରିକରଙ୍କ ପଦକ୍ଷେପକୁ ନେଇ ଡିସୁଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ପ୍ରତି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଆନୁଗତ୍ୟର ଫଳ କ’ଣ ଏହା ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ପାନ୍‍କ୍ରିଆଜ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ପାରିକର ନିଜେ ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ବେଳେ ଏବେ ସେ ନୂଆଦିଲ୍ଲୀସ୍ଥିତ ଏମ୍‍ସରେ ଚିକିତ୍ସିତ ହେଉଛନ୍ତି। ଅସୁସ୍ଥତା କାରଣରୁ ପାରିକରଙ୍କ ସ୍ଥାନରେ ଜଣେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା ଉଚିତ ବୋଲି କେତେକ ମେଣ୍ଟ ସହଯୋଗୀ ଦଳ ମଧ୍ୟ ପରାମର୍ଶ ଦେଇଥିଲେ। ଏପରିକି ମହାରାଷ୍ଟ୍ରୱାଦୀ ଗୋମାନ୍ତକ ପାର୍ଟି (ଏମ୍‍ପିଜି)ର କୌଣସି ବିଧାୟକଙ୍କୁ ଏହି ପଦରେ ନିଯୁକ୍ତ କରାଯିବାର ପ୍ରସ୍ତାବ ଦଳ ପକ୍ଷରୁ ଦିଆଯାଇଥିଲା। କିଛି କ୍ଷଣ ପାଇଁ ବିଜେପି ନେତୃବୃନ୍ଦ ଅନୁରୂପ ମନନ କରିଥିଲେ ମଧ୍ୟ ପରେ ଚିନ୍ତାଧାରା ପରିବର୍ତ୍ତନ କରିଥିଲେ। ପାରିକର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ବିଜେପି ମୁଖ୍ୟ ଅମିତ୍‍ ଶାହା ରବିବାର ଘୋଷଣା କରିଥିଲେ। କ୍ୟାବିନେଟ୍‍ରେ ପରିବର୍ତ୍ତନ ହେବ ବୋଲି ଶାହା ସ୍ପଷ୍ଟ କରିଥିଲେ। ଏହାପରେ ପ୍ରଥମ ପଦକ୍ଷେପ ସ୍ୱରୂପ ଡିସୁଜା ଏବଂ ମଦକାଇକରଙ୍କୁ ହଟାଇ କାବ୍ରାଲ ଏବଂ ନାଏକଙ୍କୁ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳରେ ଅଧିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories