www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧ: ପ୍ରଭାସିନୀ ଦାସ ହେଲେ ଜିଲା ପରିଷଦ ଅଧକ୍ଷ

ବୌଦ୍ଧ: ବୌଦ୍ଧ ଜିଲାପରିଷଦ ଅଧକ୍ଷ୍ୟ ନିର୍ବାଚନରେ ଶାସକ ବିଜେଡି ଦଳ ପୁଣି ପଞ୍ଚମ ଥର ପାଇ ଜିଲାପରିଷଦ ଆସନ ଅକ୍ତିଆର କରିଛି। ରବିବାର ଦିନ ଅଧକ୍ଷ୍ୟ ନିର୍ବାଚନରେ ୯ ନମ୍ବର ଜୋନର ଜିଲାପରିଷଦ ସଭ୍ୟା ପ୍ରଭାସିନୀ ଦାସ ନିର୍ଦ୍ବନ୍ଦ୍ବରେ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି। ବୌଦ୍ଧ ଜିଲାରେ ସମୁଦାୟ ୯ ଗୋଟି ଜିଲାପରିଷଦ ଜୋନ ମଧ୍ୟରୁ ଶାସକ ବିଜେଡି ୭ ଗୋଟି ଆସନ ପାଇଥିବାବେଳେ ଜିଲାରେ ପ୍ରମୁଖ ବିରୋଧି ବିଜେପି ୨ ଗୋଟି ଆସନ ପାଇଥିଲା। ବୌଦ୍ଧ ଜିଲା ଗଠନ ହେବାପରେ ପ୍ରଥମ ଜିଲାପରିଷଦ ଜନତା ଦଳ ଟିକେଟରୁ ବିଜୟୀ ହୋଇ ଶେଖ ସଲିମ ଜିଲାପରିଷଦ ଅଧକ୍ଷ୍ୟ ହୋଇଥିଲେ। ତା’ ପରୁଠାରୁ ଆଜି ପର୍ଯ୍ୟନ୍ତ ଶାସକ ବିଜେଡି ଲଗାତାର ୫ ଥର ହେଲା ଜିଲାପରିଷଦ ଅଧକ୍ଷ୍ୟ ଆସନ ଅକ୍ତିଆରେ କରିବାରେ ସଫଳ ହୋଇଛି।

 

- Advertisement -

ଜିଲାରେ ଥିବା ପ୍ରମୁଖ ବିରୋଧି କଂଗ୍ରେସ ଓ ବିଜେପି ଆଜି ପର୍ଯ୍ୟନ୍ତ ଜିଲାପରିଷଦ ଅଧକ୍ଷ୍ୟ ଆସନ ହାତେଇବାରେ ସଫଳ ହୋଇପାରିନାହିଁ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୌଦ୍ଧ ଜିଲା ପରିଷଦ ଅଧକ୍ଷ୍ୟ ପଦବୀ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ବିଜେଡିରୁ ୨ ଜଣ ଅନୁସୂଚିତ ବର୍ଗର ମହିଳା ୫ ନମ୍ବର ଜୋନରୁ ଉର୍ମିଳା ଝାଙ୍କର ଓ ୯ ନମ୍ବର ଜୋନରୁ ପ୍ରଭାସିନୀ ଦାସ ବିଜୟୀ ହୋଇଥିଲେ। ଜିଲାପରିଷଦର ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିବା ପ୍ରଭାସିନୀ ଉଚ୍ଚ ଶିକ୍ଷିତା ହୋଇଥିବାରୁ ତାହାଙ୍କୁ ଦଳ ପକ୍ଷରୁ ଏହି ସୁଯୋଗ ଦିଆଯାଇଥିବା ଆଲୋଚନା ହେଉଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories