www.samajalive.in
Sunday, December 7, 2025
26.1 C
Bhubaneswar

କ୍ରୁଜର ଧକ୍କାରେ ବାଇକ୍ ଆରୋହି ମୃତ

ରେଙ୍ଗାଲିକେମ୍ପ : ଗୋଡ଼ଭଗରୁ ରେଙ୍ଗାଲିକେମ୍ପ୍ ଛକ ମଧ୍ୟରେ ଦୁର୍ଘଟଣା ନିତିଦିନିଆ ଘଟି ଚାଲିଛି। ଛୋଟରୁ ବଡ ଧରଣର ଦୁର୍ଘଟଣାରେ ଗଡିଚଳିଛି ମୁଣ୍ଡ ପରେ ମୁଣ୍ଡ। ଆଜି ପୁଣି ଗୋଟିଏ ଅମୂଲ୍ୟ ଜୀବନ ଚାଲିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣାରେ। ଘଟଣାଟି ଘଟିଛି ୫୩ ନଂ ଜାତୀୟ ରାଜପଥରୁ ଅତାବିରା ବ୍ଲକ ଏନଏସିର ୧୧ ନଂ ୱାର୍ଡକୁ ଯାଇଥିବା ରେଙ୍ଗାଲିପାଲି ରାସ୍ତାରେ।ସକାଳ ପ୍ରାୟ ୧୧ ଟା ୪୫ ମିନିଟରେ ଏକ କ୍ରୁଜର ଗୋଟିଏ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହିଙ୍କ ମୃତ୍ୟୁ ଘଟିଛି। ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ବରଗଡ଼ ଥାନା ଅନ୍ତର୍ଗତ ଅଡଗା ଗ୍ରାମରୁ ରେଙ୍ଗlଲିପାଲିକୁ ଦେଖିନି ମାଗିନି କରିବାକୁ ଏକ କୃଜର ଗାଡ଼ି ନଂ.ଓଆର୦୨ଏଡବ୍ଲ୍ୟୁ୬୭୭୭ରେ କିଛି ଲୋକ ଆସୁଥିବା ବେଳେ ରେଙ୍ଗlଲିପାଲି ଗାଆଁ ରାସ୍ତାରେ ଅପର ପାର୍ଶ୍ୱରୁ ଆସୁଥିବା ରେଙ୍ଗାଲିପାଳିର ଏକ ବାଇକ୍ ନଂ ଓଆର୧୭ଜି୮୬୬୮କୁ ଧକ୍କା ଦେବା ଫଳରେ ବାଇକ୍ ଆରୋହି ଶଙ୍କର ପ୍ରଧାନ ଛିଟିକି ପଡ଼ି ରକ୍ତାକ୍ତ ହୋଇଯାଇଥିଲେ। ଧକ୍କା ଦେଇ ଉକ୍ତ କ୍ରୁଜର ଚାଲକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଶଙ୍କରଙ୍କୁ ଆମ୍ବୁଲାନ୍ସରେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

 

- Advertisement -

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ସୂଚନା ପାଇଁ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡକୁ ପଠେଇ ଥିବା ସହ କୃଜରକୁ ଜବତ କରିଛି ଓ ତଦନ୍ତ ଜାରି ରଖିଛି। ମୃତ ଶଙ୍କରର ସମ୍ପର୍କୀୟ ପୁତୁରା ଆର୍ତ୍ତତ୍ରାଣ ପ୍ରଧାନ ଅତାବିରା ଥାନାରେ କୃଜର୍ ଗାଡ଼ି ଚାଲକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟି ଶଙ୍କରର ମୃତ୍ୟୁ ହୋଇଛି,ଏହାର ବିହିତ ପଦକ୍ଷେପ ନିଆଯାଉ ବୋଲି ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନମ୍ବର ୯୪ ତା ୧୩/୩/୨୨ରେ ଏକ କେସ ରୁଜୁ କରିଛି। ସବ୍ ଇନ୍ସପେକ୍ଟର ବିଏସ ନାଏକ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories