www.samajalive.in
Monday, December 8, 2025
27.1 C
Bhubaneswar

୫ ହଜାର ଶିକ୍ଷାନୁଷ୍ଠାନକୁ ମିଳିଲା ଜମି ପଟ୍ଟା

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୫ ହଜାର ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜମି ପଟ୍ଟା ଆବଣ୍ଟନ କରାଯାଇଛି। ଜମି ପଟ୍ଟା ଅଗ୍ରଗତୀ ସମ୍ବନ୍ଧରେ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଛି। ରାଜ୍ୟରେ ସମସ୍ତ ରାଜସ୍ବ କ୍ଷେତ୍ରାଧିକାରୀଙ୍କୁ ଚଳିତ ମାସ ୩୧ ସୁଦ୍ଧା ସମସ୍ତ ଆବେଦନ କରିଥିବା ଶିକ୍ଷାନୁଷ୍ଠାନଙ୍କୁ ଜମି ପଟ୍ଟା ବାଣ୍ଟିବା ନେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ତାଗିଦା କରିଛନ୍ତି। ସମସ୍ତ ରାଜସ୍ବ ଆୟୁକ୍ତ ଓ ନୋଡାଲ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ଜାନୁଆରୀରେ ହୋଇଥିବା ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆବେଦନ କରୁଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ତୁରନ୍ତ ଜମି ପଟ୍ଟା ଦେବାକୁ ନିର୍ଦେଶ ଦେଇଥିଲେ। ରାଜ୍ୟରେ ଏଯାବତ୍‌ ୧୦ ହଜାର ୯୦୧ ଶିକ୍ଷାନୁଷ୍ଠାନ ଜମି ପଟ୍ଟା ପାଇଁ ରାଜସ୍ବ କ୍ଷେତ୍ରାଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିମଧ୍ୟରୁ ୮ ହଜାର ୬୬୦ ଆବେଦନ ଉପରେ କାମ ଆରମ୍ଭ ହୋଇଛି। ଏଯାବତ୍‌ ମୋଟ ୫ ହଜାର ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ସ୍ଥାନୀୟ ତହସିଲଦାର ଜମି ପଟ୍ଟା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧ ହଜାର ୫୨ ଜମିପଟ୍ଟା ବଣ୍ଟନ ହୋଇଥିବାବେଳେ ବାଲେଶ୍ୱରରେ ୬୭୦, ବୌଦ୍ଧରେ ୪୬୩ ଓ ରାୟଗଡାରେ ୨୫୪ ପଟ୍ଟା ବିଭିନ୍ନ ଶିକ୍ଷାନୁଷ୍ଠାନଙ୍କୁ ବଣ୍ଟନ କରାଯାଇଛି ।
ବିଭାଗ ନିର୍ଦେଶରେ ଜିଲାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ତହସିଲଦାର, ଜିଲାପାଳଙ୍କ ପ୍ରତିନିଧି, ଜିଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଯୋଗଦାନରେ ବୈଠକ ଅନୁଷ୍ଠିତ ହେଉଛି। ଜମି ପଟ୍ଟା ନଥିବା ଶିକ୍ଷାନୁଷ୍ଠାନ ରାଜସ୍ବ କ୍ଷେତ୍ରାଧିକାରୀଙ୍କ ନିକଟରେ ଜମି ପଟ୍ଟା ନିମନ୍ତେ ଆବେଦନ କରିଥିଲେ । ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଜିଲା ପାଇଁ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି।

- Advertisement -

ପ୍ରତ୍ୟେକ ସପ୍ତାହରେ ହେଉଥିବା ଆଭ୍ୟନ୍ତରୀଣ ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା ବୈଠକରେ ଜମି ପଟ୍ଟା ଅଭିଯାନକୁ ସଫଳ କରିବା ପାଇଁ ଆଲୋଚନା କରାଯାଉଛି। ରାଜସ୍ବ ଡିଭିଜନର ଆୟୁକ୍ତଙ୍କୁ ଏନେଇ ବିଭାଗ ପକ୍ଷରୁ କୁହାଯାଇଛି। ଜିଲା ପାଇଁ ନିଯୁକ୍ତ ହୋଇଥିବା ସମସ୍ତ ନୋଡାଲ ଅଧିକାରୀ ସମସ୍ତ ଶିକ୍ଷା ଓ ରାଜସ୍ବ ବିଭାଗର କ୍ଷେତ୍ରାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଜମି ପଟ୍ଟା ଅଭିଯାନକୁ ତ୍ୱରାନ୍ୱିତ କରୁଛନ୍ତି। ଆବେଦନ କରିଥିବା ସମସ୍ତ ଶିକ୍ଷାନୁଷ୍ଠାନ ଯେଭଳି ଚଳିତ ମାସ ଶେଷ ସୁଦ୍ଧା ପଟ୍ଟା ପାଇବେ ସେ ଦିଗରେ ଅଧିକାରୀ କାମ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories