www.samajalive.in
Monday, December 8, 2025
27.1 C
Bhubaneswar

ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ତେଲକୋଇ ପ୍ରେସକ୍ଲବ ପକ୍ଷରୁ ଶୋକସଭା

ତେଲକୋଇ: ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀଙ୍କ ବିୟୋଗରେ ଶନିବାର ତେଲକୋଇ ପ୍ରେସକ୍ଲବ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ତେଲକୋଇ ପ୍ରେସକ୍ଲବ କାର୍ଯ୍ୟାଳୟରେ କେନ୍ଦୁଝର ଜିଲ୍ଲାର ବରିଷ୍ଠ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସ୍ବର୍ଗତ ଅକ୍ଷୟ କୁମାର ପାଢୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ବର୍ଷର ସାମ୍ବାଦିକ ଜୀବନରେ ସେ ସମାଜରେ ଉଚ୍ଚ ପ୍ରସିଦ୍ଧିଲାଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବର ସଭାପତି ରଞ୍ଜିତ ବିଶ୍ୱାଳ, ସମ୍ପାଦକ ଅନୁକୂଳ ବିଶ୍ୱାଳ, ସାମ୍ବାଦିକ ଅକ୍ଷୟ କୁମାର ପ୍ରଧାନ, ବିଭୁତି ପ୍ରଧାନ, ଚିନ୍ମୟ କୁମାର ସାହୁ,ଚନ୍ଦ୍ରମଣି ମହାନ୍ତ, ଡିଲେଶ୍ୱର ସାହୁ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories