www.samajalive.in
Monday, December 8, 2025
27.1 C
Bhubaneswar

ଡିଭାଇଡରକୁ ଧକ୍କା ଦେଇ ୩ ଜଣ ଗୁରୁତର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ମାଁ ସରସ୍ଵତୀ ବିଦ୍ୟା ମନ୍ଦିର ନିକଟରେ ଗୋପାଳପୁରରୁ ମୋଟରସାଇକେଲଟି ଡିଭାଇଡରକୁ ଧକ୍କା ଦେବାରୁ ସେଥିରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ। ‌‌‌‌‌ଆହାତ ହୋଇଥିବା ୩ ଜଣ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକୋର୍ଣପୁର ଗାଁ ର ଲୋକନାଥ ରେଡି, ସନ୍ତୋଷ ରେଡ଼ି ଓ ବଚନ ରେଡ୍ଡୀ। ତିନି ବନ୍ଧୁ ଏକ ମୋଟରସାଇକେଲ ଯୋଗେ ଗୋପାଳପୁରରୁ ବୁଲାବୁଲି ସାରି ଦିଗପହଣ୍ଡି ଫେରୁଥିବା ବେଳେ ମୋଟରସାଇକେଲଟି ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା ଫଳରେ ୩ ଜଣ ଗୁରୁତର ହୋଇ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ। ଘଟଣା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ଗୋପାଳପୁର ପୁଲିସ୍ ପହଞ୍ଚି ଗୁରୁତର ଥିବା ୩ ଜଣଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ମେଡିକାଲ୍ ପଠାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories