www.samajalive.in
Wednesday, December 10, 2025
26.1 C
Bhubaneswar

ମା’ଙ୍କ ସହ ଭୋଜନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଅ ଯେତେ ବି ବଡ଼ ହେଉ । ସଫଳତାର ଶିର୍ଷକୁ ଛୁଉଁ । ମା’ ପାଖରେ ସେ ବାଳୁତ ପିଲା । ଆପଣ ଦେଖୁଥିବା ଏହି ଫଟୋଟି ପ୍ରଧାନମନ୍ତ୍ରୀ ଓ ତାଙ୍କ ମା’ ହୀରାବେନଙ୍କର । ଗୋଟିଏ ଟେବୁଲରେ ବସି ଉଭୟ ମା’ ଓ ପୁଅ ଭୋଜନ କରୁଛନ୍ତି । ଉଭୟଙ୍କ ମଧ୍ୟରେ ବେଶ୍‍ ହସ ଖୁସି ମଧ୍ୟ ଦେଖିବାକୁ ମିଳୁଛି । ଖାଇସାରିବା ପରେ ଉଭୟ ଶୋଫାରେ ବସି କିଛି କଥା ମଧ୍ୟ ହେଉଛନ୍ତି । ଯେଉଁଥିରେ ଉଭୟ ମା’ ପୁଅ ବେଶ ଖୁସି ଅଛନ୍ତି । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମା’ ହୀରାବେନଙ୍କ ପାଖରୁ ଫେରିବା ସମୟରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଉଛନ୍ତି । ଯାହାକି ଗୋଟିଏ ମା’ ଓ ପୁଅର ଭଲପାଇବା ଓ ସ୍ନେହକୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋକୁ ନେଇ ଲୋକେ ଭାବପୂର୍ଣ୍ଣ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଗୁଜରାଟ ଗସ୍ତ କରିଥିଲେ । ବିଜେପିର ମହା ବିଜୟ ପରେ ରୋଡ୍‍ ସୋ’ କରିଥିଲେ । ପରେ ପରେ ଗାନ୍ଧିନଗରରେ ମା’ ରହୁଥିବାରୁ ତାଙ୍କୁ ଭେଟିଥିଲେ । ମା’ଙ୍କୁ ଭେଟିବା ପରେ ପଦ ଛୁଇଁ ଆଶୀର୍ବାଦ ନେଇଥିଲେ । କିଛି ସମୟ ସୋଫାରେ ବସି ବାର୍ତ୍ତାଳାପ ମଧ୍ୟ କରିଥିଲେ । ମା’ ପୁଅଙ୍କର ଏହି ସାକ୍ଷାତ ବେଶ ମନଲୋଭା ଥିବା ଦେଖିବାକୁ ମିଳିଥିଲା । ନିକଟରେ ହୀରାବେନ ଶହେ ବର୍ଷରେ ପାଦଥାପିଥିଲେ । ତାଙ୍କ ଜନ୍ମଦିନରେ ମୋଦି ତାଙ୍କୁ ଭେଟିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୀର୍ବାଦ ନେଇଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories