www.samajalive.in
Monday, December 8, 2025
17.1 C
Bhubaneswar

‘ସମାଜ’ର ନୂତନ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ କାନନ ବିହାରୀ ଦାଶଙ୍କ ଦାୟିତ୍ବ ଗ୍ରହଣ

କଟକ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ତଥା ଓଡ଼ିଶାର ଲୋକପ୍ରିୟ ଶତାୟୁପର ଖବରକାଗଜ ‘ସମାଜ’ର ନୂତନ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ କାନନ ବିହାରୀ ଦାଶ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଗତକାଲି ଶ୍ରୀ ଦାଶ ଅପରାହ୍ଣରେ ‘ସମାଜ’ କାର୍ଯ୍ୟାଳୟରେ ପହଞ୍ଚି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତାଙ୍କୁ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ମହାନ୍ତିଙ୍କ ସମେତ ଅନୁଷ୍ଠାନର ସମସ୍ତ ବିଭାଗୀୟ ପରିଚାଳକ ଓ କର୍ମଚାରୀଗଣ ସ୍ବାଗତ କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀ ଦାଶ ପୂର୍ବରୁ ‘ସମାଜ’ର ବାର୍ତ୍ତା ସମ୍ପାଦକ ଭାବେ ଦୀର୍ଘବର୍ଷ ସଫଳତାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ପରେ ସେ ଓଡ଼ିଆ ସମ୍ବାଦପତ୍ର ‘ଖବର’ର ମଧ୍ୟ କାର୍ଯ୍ୟନିର୍ବାହୀ ସମ୍ପାଦକ ଦାୟିତ୍ବ ନିର୍ବାହ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories