www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟବ୍ୟାପୀ ଚିତ୍ରାଙ୍କନ, ପ୍ରବନ୍ଧ ପ୍ରତିଯୋଗିତା ଆଜି

କଟକ : ଦୈନିକ ‘ସମାଜ’ର ଅକ୍ଟୋବର ୪ତାରିଖରେ ପାଳିତ ହେବାକୁ ଥିବା ୯୯ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ଆସନ୍ତାକାଲି(ରବିବାର) ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସକାଳ ୯ଟା ୩୦ମିନିଟ୍‍ରୁ ୧୦ଟା ୩୦ମିନିଟ୍‍ ପର୍ଯ୍ୟନ୍ତ କନିଷ୍ଠ ଓ ବରିଷ୍ଠ ବର୍ଗରେ ରାଜ୍ୟର ୩୧୪ଟି ବ୍ଲକ ସମେତ ୬ଟି ସହରରେ ଏକ ସଙ୍ଗରେ ଏହିସବୁ ପ୍ରତିଯୋଗିତା ଆୟୋଜିତ ହେବ। କନିଷ୍ଠ (୩ୟରୁ ୫ମ) ଏବଂ ବରିଷ୍ଠ(୬ଷ୍ଠ ଓ ୭ମ)ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହେବ। ସକାଳ ୯ଟା ୩୦ରୁ ୧୦ଟା ୩୦ମିନିଟ୍‍ ପର୍ଯ୍ୟନ୍ତ କେବଳ ବରିଷ୍ଠ ଛାତ୍ରଛାତ୍ରୀ(୮ମରୁ ୧୦ମ)ଙ୍କ ମଧ୍ୟରେ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥର କନିଷ୍ଠ ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟବସ୍ତୁ ‘ଆମ ଘର’ ଓ ବରିଷ୍ଠ ବିଭାଗ ବିଷୟବସ୍ତୁର ଶୀର୍ଷକ ‘ବର୍ଷା’ ରହିଛି। ସେହିପରି ବରିଷ୍ଠ ବିଭାଗରେ ହେବାକୁ ଥିବା ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ‘ଛାତ୍ର ଓ ଶିକ୍ଷକଙ୍କ ଆଦର୍ଶ ଗୋପବନ୍ଧୁ’ ରଖାଯାଇଛି।
ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖିନ ପ୍ରତିଯୋଗିତା ଶେଷ ହେବା ପରେ ବିଚାରକଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନର ୩ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ରାଜ୍ୟବ୍ୟାପୀ ବିଭିନ୍ନ ବ୍ଲକରେ ଆୟୋଜିତ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗର ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରେଷ୍ଠ ୩ଜଣଙ୍କ ଚିତ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ। ବ୍ଲକସ୍ତରରେ ଶ୍ରେଷ୍ଠ ବିବେଚିତ ଚିତ୍ରାଙ୍କନଗୁଡିକ ବକ୍ସିବଜାରସ୍ଥିତ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟରେ
ବିଚାରକଙ୍କ ଦ୍ୱାରା ପୁନଃମନୋନୟନ କରାଯିବ। ଏଥିରେ ଶ୍ରେଷ୍ଠ ବିବେଚିତ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ର ଶ୍ରେଷ୍ଠ କୃତୀ ପ୍ରତିଯୋଗୀଙ୍କୁ ଅକ୍ଟୋବର ୪ରେ ହେବାକୁ ଥିବା ‘ସମାଜ’ର ୯୯ତମ ସ୍ୱନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବାକୁ ସ୍ଥିର ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories