www.samajalive.in
Tuesday, December 9, 2025
16.1 C
Bhubaneswar

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ରେଙ୍ଗାଲିକେମ୍ପ: ସମ୍ବଲପୁର-ବରଗଡ଼ ୫୩ ନଂ ଜାତୀୟ ରାଜପଥରେ ଶୁକ୍ରବାର ଦିନ ପ୍ରାୟ ଗୋଟାଏ ବେଳେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଯୁବକ ଜଣକ ରାୟପୁରର ଖାମତରାଇ ସ୍ଥିତ ଏମ୍ ସଞ୍ଜୀବ ରାଓଙ୍କ ପୁଅ ଏମ୍ ସୁରେଶ କୁମାର (୨୬)। ମୃତ ସୁରେଶ ବରଗଡ଼ର ଭିଆରଏଲ୍ ଟ୍ରାନ୍ସପୋର୍ଟରେ କିରାଣୀ ଭାବରେ କାମ କରୁଥିଲେ। ଆଜି ସକାଳ ୧୦ଟାରେ ସମ୍ବଲପୁର ଭିଆରଏଲକୁ କୌଣସି କାମ ପାଇଁ ଯାଇଥିଲେ । ଫେରିବା ବେଳେ ଅତାବିରା ବ୍ଲକ ସରଣ୍ଡା ସ୍ଥିତ ରାଜପୁତ ଢ଼ାବା ସମ୍ମୁଖରେ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ। ଫଳରେ ମୁଣ୍ଡରେ ଆଘାତ ଲାଗି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ, ଇନ୍ସପେକ୍ଟର ଅନିମା ଏକା, ଏଏସଆଇ ମହେନ୍ଦ୍ର ତାଣ୍ଡି ଓ ରାଜେନ୍ଦ୍ର ବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଆରୋହୀଙ୍କୁ ଅତାବିରା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ ମୃତ ଯୁବକଙ୍କ ମୋବାଇଲ ଯୋଗେ ପରିବାର ବର୍ଗଙ୍କୁ ଓ ସମ୍ବଲପୁର ଭିଆରଏଲ କମ୍ପାନୀକୁ ଖବର ଦେଇଥିଲେ । ସମ୍ବଲପୁର ଭିଆରଏଲର ଦୁଇଜଣ କର୍ମଚାରୀ ପହଞ୍ଚି ମୃତ ଯୁବକଙ୍କୁ ବ୍ୟବଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories