www.samajalive.in
Monday, December 8, 2025
27.1 C
Bhubaneswar

‘କର୍କଟ’ର ମୂଳୋତ୍ପାଟନକୁ ସରକାରଙ୍କ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟରେ ଦୂରାରୋଗ୍ୟ ‘କର୍କଟ’କୁ କିଭଳି ମୁକାବିଲା କରାଯାଇ ପାରିବ ତାକୁ ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଫେବୃଆରୀ ୨୪ ତାରିଖରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତି ବେଳେ ଏହା ଉପରେ ପ୍ରାଥମିକତା ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ‘କର୍କଟ’ ରୋଗର ପ୍ରତିହତ ପାଇଁ କିଭଳି ପଦ୍ଧତି ଆପଣାଯିବ ତା’ର ଟିକିନିଖି ସମୀକ୍ଷା କରିଛନ୍ତି। ବୈଠକର ସୂଚନା ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ୬ଟି ଜିଲାରେ ‘କର୍କଟ’ ନିରୂପଣ ଓ ନିଦାନ କେନ୍ଦ୍ର କରାଯିବ। ରାଜ୍ୟରେ ‘କର୍କଟ’ ଯତ୍ନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନକୁ ୫-ଟି’ ଅଧୀନରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ବିଭିନ୍ନ ଜିଲାରେ ତିନୋଟି ପର୍ଯ୍ୟାୟରେ କର୍କଟ କେନ୍ଦ୍ର ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ବରଗଡ ଜିଲାର ମୁଖ୍ୟ ଚିକିତ୍ସାଳୟ, ସମ୍ବଲପୁରର ଭିମସାର, ଗଞ୍ଜାମ ଜିଲାର ଏମକେସିଜି, କୋରାପୁଟର ଏସଏଲଏନ ଏମସିଏଚ, କେନ୍ଦୁଝର ମେଡିକାଲ କଲେଜ ଓ ଖୋର୍ଦ୍ଧାର ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ କର୍କଟ ଯତ୍ନ କେନ୍ଦ୍ର କାର୍ଯ୍ୟକାରୀ କରାଯିବ। ଏହାପରେ ଅବଶିଷ୍ଟ ଜିଲାଗୁଡିକରେ କର୍କଟ କେନ୍ଦ୍ର ଖୋଲାଯିବ।

ଏହିସବୁ ଡାକ୍ତରଖାନାଗୁଡିକରେ କର୍କଟ କେନ୍ଦ୍ର କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗକୁ କୁହାଯାଇଛି। ସରକାର ଜିଲାସ୍ତରରେ କେମୋଥେରାପି କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା କ୍ୟାନସର ରୋଗୀଙ୍କ ପାଇଁ ନିଜ ଜିଲାରେ କେମୋଥେରାପି ଉପଲବ୍ଧ କରାଯାଇପାରିବ । ଏଥିଲାଗି ୧୬ ଦିନ ମଧ୍ୟରେ ପ୍ରସ୍ତାବ ଦେବା ଲାଗି କୁହାଯାଇଛି। ଏହି କର୍କଟ କେନ୍ଦ୍ରଗୁଡିକରେ କିଭଳି ନିରନ୍ତର ଭାବେ ଉକ୍ତ ରୋଗ ସମ୍ବନ୍ଧିତ ଔଷଧ ଉପଲବ୍ଧ ରହିବ ସେଥିଲାଗି ବ୍ୟବସ୍ଥା କରାଯିବାକୁ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ ଓ ସ୍ବତନ୍ତ୍ର ସଚିବଙ୍କ ସହିତ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜକୁମାର ଶର୍ମା, ଏନଏଚଏମ ନିର୍ଦେଶିକା ଶାଳିନୀ ପଣ୍ଡିତ ଓ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories