ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଦୁଲ ଅଞ୍ଚଳରେ ବଦରୁ ମାଡବି। ତାଙ୍କୁ ଧରିବା ପାଇଁ ପୂର୍ବରୁ ଦୁଇ ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେ ନ୍ୟାୟ ପାଇବେ ବୋଲି ଅପେକ୍ଷା କରି ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କ ମୃତଦେହକୁ ଦୁଇ ବର୍ଷ ହେବ ସାଇତି ରଖିଛନ୍ତି। ୧୯ ମାର୍ଚ୍ଚ ୨୦୨୦ରେ ଗଙ୍ଗାଲୁରୁ ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଯବାନଙ୍କ ପକ୍ଷରୁ କୁହାଯାଇଥିଲା। ଏହି ଗୁଳି ବିନିମୟରେ ବଦରୁ ମାଡବି ନିହତ ହୋଇଥିଲା ଓ ସେ ଜଣେ କୁଖ୍ୟାତ ମାଓବାଦୀ ବୋଲି ଯବାନଙ୍କ ପକ୍ଷରୁ କୁହାଯାଇଥିଲା। ଏସବୁକୁ ଖଣ୍ଡନ କରିଛନ୍ତି ବଦରୁଙ୍କ ପରିବାର ଲୋକେ।
ବଦରୁଙ୍କୁ ଯବାନମାନେ ମାରିବା ସମୟରେ ତାଙ୍କ ସାନଭାଇ ସାନୁ ତାଙ୍କ ନିକଟରେ ଥିଲେ। ସେ କହିଛନ୍ତି ଯେ ବଦରୁ ଏବଂ ସେ ମହୁଲ ଫୁଲ ତୋଳିବା ବେଳେ ପ୍ରଥମେ ଯବାନମାନେ ଆମକୁ ଘେରି ଯାଇଥିଲେ। ବିନା କାରଣରେ ଯବାନମାନେ ବଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ସାନୁ ସେଠାରୁ ଖସି ପଳାଇ ଆସିଥିଲେ। ପରେ ବଦରୁର ପରିବାର ଲୋକେ ବଦରୁଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ମୃତଦେହକୁ ବିଭିନ୍ନ ଜଡିବୁଟି ଏବଂ ତେଲ ପ୍ରଲେପ ଦେଇ ଏକ ଗାତ ଖୋଲି ରଖିଛନ୍ତି। ବଦରୁ କେବେ ବି ମାଓ ସଙ୍ଗଠନରେ କାର୍ଯ୍ୟ କରି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।



