ଭୁବନେଶ୍ୱର : ରାଜ୍ୟରେ କେତେକ ସ୍ଥାନରେ ଅନୁଭବ ହୋଇଛି ଭୂମିକମ୍ପ। ଆଜି କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଆଜି ପୂର୍ବାହ୍ନ ୧୧ଟା ୨୯ ମିନିଟରେ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି। କଳାହାଣ୍ଡିର କୋକସରାରେ ଭୂକମ୍ପ ହୋଇଥିବା ବେଳେ ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳ ଉମରକୋଟ,ଚନ୍ଦାହାଣ୍ଡି, ଝରିଗାଁରେ ମୃଦୁ ଭୂମିକମ୍ପ ଅନୁଭବ ହୋଇଛି। ୬ ରୁ ୭ ସେକେଣ୍ଡ ଯାଏଁ ଝଟକା ଅନୁଭବ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ କଳାହାଣ୍ଡି ବୋଲି ଜଣାପଡିଛି। କିଛି ସ୍ଥାନରେ ଲୋକଙ୍କ ଘରର କାନ୍ଥ ମଧ୍ୟ ଫାଟିଥିବା ଦେଖାଯାଇଛି। ଏନେଇ ଭୁବନେଶ୍ୱର ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଭୂକମ୍ପ ସମୟରେ ଲୋକେ ଘର ଥରିବା ଭଳି ଅନୁଭବ କରିବାରୁ ତୁରନ୍ତ ବାହାରକୁ ପଳାଇ ଆସିଥିଲେ।



