www.samajalive.in
Monday, December 8, 2025
17.1 C
Bhubaneswar

ଶିକ୍ଷକ ନେତାଙ୍କ ପରଲୋକ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତିର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜଣେ ଟାଣୁଆ ଶିକ୍ଷକ ନେତା ଗୋଦାବରୀଶ ପାଇକରାୟ(୬୯)ଙ୍କ ପରଲୋକରେ ଶିକ୍ଷକ ସମାଜ ମଧ୍ୟରେ ଶୋକାକୁଳ ପରିବେଶ ଖେଳି ଯାଇଛି ।ଶିକ୍ଷକତାରୁ ନିଜ ଜୀବନ ଆରମ୍ଭ କରି ସେ ଚାକିରୀ କାଳ ଭିତରେ ଜଣେ ଭଲ ଟାଣୁଆ ଶିକ୍ଷକ ନେତାର ପରିଚୟ ପାଇଥିଲେ ।ପ୍ରଶାସନ ନିକଟରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସମାଧାନ କରୁଥିଲେ ।ସେ କାଇପଦର ଏମ୍ ଇ ସ୍କୁଲରୁ ଚାକିରୀ ଆରମ୍ଭ କରି ଗଡମାଣତୀର ଏମ୍ ଇ ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ।ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ତଥା ଶିକ୍ଷକ ମହାସଂଘର ସେ ଜଣେ ଟାଣୁଆ ନେତା ଥିଲେ  ।ପରେ ସେ ବେଗୁନିଆ ବ୍ଲକରେ ଏସ ଆଇ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ମଧ୍ୟ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସହ ଜଡିତ ରହିଥିଲେ ।ଅବସର ପରେ ଶିକ୍ଷକ ମାନଙ୍କୁ ନେଇ ଏକ ସଂଘ ଗଠନ କରିଥିଲେ ।ସେ କିଡନୀରୋଗରେ ଆକ୍ରାନ୍ତ ହୋଇ ୮ ଦିନ ହେଲା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁ ବରଣ କରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ମାନସରଞ୍ଜନ ଛୋଟରାୟ ମୁଖାଗ୍ନି ଦେଇଥିଲେ ।ତାଙ୍କ ମୃତ୍ୟୁରେ ଗୁଣନିଧି ମହାପାତ୍ର ,ପଵିତ୍ରମୋହନ ସାହୁ ,ଭାସ୍କର ମଙ୍ଗରାଜ ,ଶୁଭକାନ୍ତ ଖଡ଼ିରତ୍ନ,ଏବଂ ତାରେଶ୍ୱର ମହାକୁଢ଼ଙ୍କ ସହିତ ବେଗୁନିଆ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ମୃତ୍ୟୁ ରେ ଭାଙ୍ଗି ପଡିଥିବା ପରିବାରର ସଦସ୍ୟ ମାନଙ୍କୁ ସମବେଦନା ଜଣାଇଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories