www.samajalive.in
Tuesday, December 9, 2025
16.1 C
Bhubaneswar

ରୁଷ ଓ ୟୁକ୍ରେନ ଲଢ଼େଇ, ନିନ୍ଦା ପ୍ରସ୍ତାବରେ ଅଂଶଗ୍ରହଣ କଲାନି ଭାରତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ଏହାକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ନିଜର ପକ୍ଷ ରଖିଛି । ଗତକାଲି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଘଟଣାକୁ ନେଇ ନିନ୍ଦା ପ୍ରସ୍ତାବ ଆସିଥିଲା । ଆଉ ରୁଷ ୟୁକ୍ରେନ୍‍ ଉପରେ ଆକ୍ରମଣ କରିବାକୁ ନିନ୍ଦା କରାଯାଇଥିଲା । ସେହି ନିନ୍ଦା ପ୍ରସ୍ତାବରେ କୁହାଯାଇଥିଲା ରୁଷକୁ ତୁରନ୍ତ ୟୁକ୍ରେନ୍‍ ଛାଡ଼ିବାକୁ । ଆଉ ଏଥିପାଇଁ ଦେଶ ମାନଙ୍କର ଭୋଟ୍‍ ଗ୍ରହଣ ମଧ୍ୟ କରାଯାଇଥିଲା । ହେଲେ ଏହି ଭୋଟ୍‍ ଗ୍ରହଣରେ ଭାରତ ଓ ଅଂଶଗ୍ରହଣ କରିନାହାନ୍ତି । ଘଟଣାରେ ଭାରତ ୟୁକ୍ରେନକୁ ନେଇ ଦୁଃଖ ପ୍ରକାଶ କରିଥିଲା । ଏଥିଲାଗି ବିବୃତି ମଧ୍ୟ ରଖିଥିଲା ।

ସୁରକ୍ଷା ପରିଷଦର ଏହି ରିଜୋଲ୍ୟୁସନ୍ ଉପରେ ମତଦାନ ଶୁକ୍ରବାର ଦିନ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ହୋଇଥିଲା । ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ ସଂକଳ୍ପକୁ ୧୧ ଟି ଦେଶ ସମର୍ଥନ କରିଥିଲେ । ହେଲେ ଭାରତ, ଚୀନ୍ ଏବଂ ୟୁଏଇ ମତଦାନରୁ ନିବୃତ୍ତ ହୋଇଥିବାବେଳେ ଯୁଦ୍ଧକୁ ବନ୍ଦ କରିବାକୁ କହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories