www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦ୍‍ଘାଟିତ

ନବରଙ୍ଗପୁର: ଓଡିଶା ବ୍ୟାଡମିଣ୍ଟନ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ନବରଙ୍ଗପୁର ଇନ୍‍ଣ୍ଡୋରଷ୍ଟାଡିୟମ ହଲଠାରେ ୧୯ ବର୍ଷରୁ କମବର୍ଗ ରାଜ୍ୟସ୍ତରୀୟ ରାଙ୍କିଂ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‍ଘାଯିତ ହୋଇଯାଇଛି। ନବରଙ୍ଗପୁର ବ୍ୟାଡମିଣ୍ଟ ସଂଘର ସଭାପତି ରାକେଶ ଗୁପ୍ତାଙ୍କର ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ ଡ.କମଳ ଲୋଚନ ମିଶ୍ର ଯୋଗଦେଇଥିଲେ। ଜିଲାପାଳ ଡ. ମିଶ୍ର ଖେଳର ମାନବୃଦ୍ଧି ଉପରେ ଗୁରତ୍ୱରୋପ କରିବା ସହ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଆରକ୍ଷୀ ଅଧିକ୍ଷକ ପିଏସ.ପୁରୁଷୋତ୍ତମ ଦାସ ଯୋଗଦେଇ ଖେଳୁଆଡ ମନୋଭାବ ନେଇ ସମସ୍ତ ଖେଳାଳୀ ଖେଳିବାକୁ ପରାମର୍ଶ ଦେଇଥିଲେ।

 

- Advertisement -

ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଗ୍ରାମ୍ୟ ଜଳ ଓ ପରିମଳଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପି.ପାଢୀ, ରାସ୍ତା ଓ ଗୃହନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ କୁମାର ମିଶ୍ର, ଜିଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ଓଡିଶା ବ୍ୟାଡମିଣ୍ଟନ ସଂଘ ତରଫରୁ ଜୋନାଲ ସମ୍ପାଦକ ଶୈଳେନ୍ଦ୍ର ଚୈାଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରୀଡାସଂଘ ସହ-ସମ୍ପାଦକ କେ. ବାଲାରାଓ, ନବରଙ୍ଗପୁରବଣିକ ସଂଘସଭାପତି ସୁଶୀଲ ଜୈନ, ଜି, ପ୍ରସାଦ ରାଓ, ଉମାକାନ୍ତ ରାଉଳ, ଚନ୍ଦନ ମହାରଣା, ସ୍ୱାଧୀନ ପୂଜାରୀ, ଧର୍ମେନ୍ଦ୍ର, କପିଳ ଜୈନ, ସୁରୋଜ ମହାରଣା ଉପସ୍ଥିତ ଥିଲେ। ଜିଲା ସଂଘର ସମ୍ପାଦକ ଲିଙ୍ଗରାଜ ମହାନ୍ତି ଟୁର୍ଣ୍ଣାମେଣ୍ଟ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ ସଂଘର ମୁଖ୍ୟ ରେଫରି ଉମାକାନ୍ତ ମହନ୍ତଙ୍କର ସମେତ ଅନ୍ୟ ୧୦ଜଣ କ୍ରିଡାବିତମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ରାଜ୍ୟର ସମସ୍ତ ଜିଲାରୁ ୧୯ ବର୍ଷରୁ କମ ବର୍ଗର ପ୍ରାୟ ୧୬ ଜଣ ବାଳିକା ଓ ୮୦ ରୁ ଊର୍ଦ୍ଧ ବାଳକ ଏହି ପ୍ରତିଯୋଗିତାରେ ଯୋଗଦେଇଛନ୍ତି। ଏହା ତିନିଦିନଧରି ଚାଲିବାକୁ ଥିବାବେଳେ ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୩୬ଟି ମ୍ୟାଚ ଖେଳାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories