www.samajalive.in
Tuesday, December 9, 2025
16.1 C
Bhubaneswar

ସୁନାଖଣ୍ଡିର ୧୪ନମ୍ବର ବୁଥରେ ୨୫ରେ ହେବ ସାନି ମତଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଡଙ୍ଗରିଆ କନ୍ଧଙ୍କ ୧୪ନମ୍ବର ୱାର୍ଡ ରାଇଲିମା ବୁଥରେ ୨୫ତାରିଖରେ ସାନି ମତଦାନ ଦେବ ବୋଲି ସୂଚନା ମିଳିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶରେ ସାନି ମତଦାନ କରାଯିବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ୟ୍ୟାୟରେ ଉକ୍ତ ବ୍ଲକର ୧୭୦ ବୁଥରେ ମତଦାନ ହୋଇଥିଲା । ଏହି ୩ଟି ଗାଁ ରାଇଲିମାରେ ୧୨୯ ଭୋଟର ତାଲିକା ରହିଥିଲା ସେଥିରୁ ୭୯ଜଣ ଭୋଟର ମତଦାନ ଦେଇଥିବା ବେଳେ ତଳ ମୁସୁଡି ଓ ଉପର ମୁସୁଡିର ଭୋଟରଙ୍କ ତାଲିକା ରେ ନାମ ନଥିଲା । ଏହାକୁ ନେଇ ତଳ ମୁସୁଡି ଓ ଉପରମୁସୁଡି ଗାଁର ଡଙ୍ଗରିଆ ମହିଳା ପୁରୁଷମାନେ ମତଦାନ କେନ୍ଦ୍ରରେ ଭଙ୍ଗା ରୁଜା କରି ଭୋଟ ବାକ୍ସ ଓ ପ୍ରିଜାଇଡିଂ ପାଖରେ ଥିବା ଟିଣ ବାକ୍ସ ଝିଙ୍କି ନେଇ ଚାଲି ଯାଉଥିଲେ । ଏହି ଖବର ପୁଲିସ ଜାଣି ଡ଼ଙ୍ଗରିଆଙ୍କ ବାଟ ଆଗୁଳି ନିର୍ବାଚନର ସମସ୍ତ ଜିନିଷ ଫେରାଇ ଦେବାକୁ କହୁଥିଲେ। ଏହିମାନଙ୍କ କଥାକୁ ନ ମାନି ଡ଼ଙ୍ଗରିଆମାନେ ପୁଣି ଧାଇଁ ଚାଲିଯାଉଥିଲେ । ଉକ୍ତ ଖବର ପାଇ ଏସଡ଼ିପିଓ ଦେବଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, ଥାନା ଅଧିକାରି ସୁକୁମା ହଂସୁଦା ପହଞ୍ଚି ଉତ୍ତ୍ୟକ୍ତ ଡଙ୍ଗରିଆ ଙ୍କୁ ବୁଝା ସୁଝା କରିଥିଲେ । ପ୍ରଶାସନର ଭୁଲ ପାଇଁ ଆମେ ଡଙ୍ଗରିଆମାନେ ଭୋଟ ଦେବାରୁ ବଞ୍ଚିତ । ଭୋଟର ତାଲିକାରେ ଆମ ନାମ ନାହିଁ, ଭୋଟସାବ୍ୟସ୍ତ କରିବାରୁ ଆମେ ବଞ୍ଚିତ, ଭୋଟ ବାକ୍ସ ଦେବୁନାହିଁ ବୋଲି କହିଥିଲେ । ଏହାକୁ ନେଇ ତହସିଲଦାର ଦେବାଶିଷ କର ଡଙ୍ଗରିଆ ମହିଳା ପୁରୁଷ ଙ୍କୁ ବୁଝାଇ ସେମାନେ ଭୋଟ ଦେବେ ବୋଲିଏକ ଲିଖିତ ଦେବାପରେ ଭୋଟ ବାକ୍ସ, ଟିଣ ବାକ୍ସ ପ୍ରମୁଖ ଫେରସ୍ତ କରିଥିଲେ । ତାହାକୁ ନେଇ ୨୫ତାରିଖରେ ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗାଁ୧୪ ନମ୍ବର ବୁଥରେ ତଳ ମୁସୁଡି ଓ ଉପର ମୁସୁଡି ଦୁଇ ଗାଁର ଭୋଟର ହିଁ ମତଦାନ କରିପାରିବେ । ତାହା ସକାଳ ୯ ଘଣ୍ଟା ରୁ ୩ପର୍ୟ୍ୟନ୍ତ ମତଦାନ କରାଯିବ ବୋଲି ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ସୁଧାକର ରଇତ,ଏବିଡ଼ିଓ ବଳରାମ ପାତ୍ର ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories