www.samajalive.in
Monday, December 8, 2025
20.1 C
Bhubaneswar

ମହାଶିବରାତ୍ରୀରେ ରାଶି ଅନୁଯାୟୀ କରନ୍ତୁ ପ୍ରଭୁଙ୍କୁ ଅଭିଷେକ

ମହାଶିବରାତ୍ରୀର ପବିତ୍ର ପର୍ବ ପ୍ରତ୍ୟେକଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। ଏହିଦିନ ଅଧିକାଂଶ ଲୋକେ ବ୍ରତ ପାଳନ ସହ ଉପବାସ କରିଥାଆନ୍ତି। ସକାଳୁ ଆରମ୍ଭ ହୋଇ ସାରା ରାତି ମନ୍ଦିରରେ ଭକ୍ତମାନଙ୍କ ସମାଗମ ହୋଇଥାଏ। ଲୋକେ ଭିନ୍ନ ଭିନ୍ନ ଜିନିଷରେ ଶିବଲିଙ୍ଗରେ ଅଭିଷେକ କରିଥାଆନ୍ତି। ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ମାର୍ଚ୍ଚ ୧ ତାରିଖରେ। ତେବେ ଜାଣନ୍ତୁ ରାଶି ଅନୁସାରେ ପ୍ରଭୁ ଶିବଶଙ୍କରଙ୍କ ନିକଟରେ କେଉଁ ଜିନିଷରେ ଅଭିଷେକ କରିବେ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ମେଷ: ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଏହି ରାଶିର ଲୋକମାନେ ଶିବଲିଙ୍ଗରେ ବେଲପତ୍ର ଉପରେ ଧଳା ଚନ୍ଦନରେ ଶ୍ରୀରାମ ଲେଖି ପ୍ରଭୁ ଶଙ୍କରଙ୍କୁ ଅର୍ପଣ କରନ୍ତୁ। ଏହା ପୂର୍ବରୁ,ଶିବଲିଙ୍ଗ ଉପରେ ଗଙ୍ଗାଜଳ ଅର୍ପଣ କରନ୍ତୁ ।
ବୃଷ: ଭଗବାନ ଶିବଙ୍କ ଆଶୀର୍ବାଦ ପାଇବାକୁ ହେଲେ ବୃଷ ରାଶିର ଲୋକମାନେ ବିଶେଷ ଭାବରେ କ୍ଷୀର ,ଦହି ଓ ଚିନିର ବ୍ୟବହାର କରିବା ଉଚିତ। ପ୍ରଥମେ ଦହିରେ ଅଭିଷେକ କରି ଜଳ ଅର୍ପଣ କରନ୍ତୁ। ପୁଣିରେ ଚିନିରେ ଅଭିଷେକ କରି ଜଳ ଅର୍ପଣ କରନ୍ତୁ। ପୁଣିରେ କ୍ଷୀରରେ ଅଭିଷେକ ଅଭିଷେକ କରି ଜଳ ଅର୍ପଣ କରି ଚନ୍ଦନ ଅର୍ପଣ କରନ୍ତୁ। ଏବଂ ଶ୍ରଦ୍ଧାରେ ମନ୍ତ୍ର ଜପ କରନ୍ତୁ ।
ମିଥୁନ: ଭଗବାନ ଶିବଙ୍କୁ ଭାଙ୍ଗ ମିଶ୍ରିତ କ୍ଷୀରରେ ଅଭିଷେକ କରନ୍ତୁ। ଏହାଦ୍ୱାରା ମନସ୍କାମନା ପୂରଣ ସହ ବ୍ୟବସାୟରେ ଉନ୍ନତି ହୋଇଥାଏ।
କର୍କଟ: ଶିବଲିଙ୍ଗରେ କ୍ଷୀର, ଦହି ଓ ଗଙ୍ଗାଜଳ ମିଶ୍ରିତ କରି ଅର୍ପଣ କରନ୍ତୁ। ଏହାଦ୍ୱାରା ସୁଖସମୃଦ୍ଧି ଓ ସମ୍ପନ୍ନତା ମିଳିଥାଏ।
ସିଂହ : ଏହି ରାଶିର ବ୍ୟକ୍ତି ବିଶେଷ ଶୁଦ୍ଧ ଘିଅରେ ଅଭିଷେକ କରିବା ଉଚିତ୍ । ଏହାଦ୍ୱାରା ଆର୍ଥିକ ସମସ୍ୟା ଶୀଘ୍ର ଦୂର ହୋଇଥାଏ।
କନ୍ୟା : ଏହି ରାଶିର ବ୍ୟକ୍ତି ଦୁଦୁରା ଫୁଲ, ଗଙ୍ଗାଜଳ, ଶମିପତ୍ର ଓ ଦହିରେ ଅଭିଷେକ କରାନ୍ତୁ।
ତୁଳା ରାଶି : ଏହି ରାଶିର ବ୍ୟକ୍ତି ବିଶେଷ ପଞ୍ଚାମୃତରେ ଶିବଲିଙ୍ଗ ଅଭିଷେକ କରିବା ଉଚିତ। ଏହାଦ୍ୱାରା ସୁଖଶାନ୍ତି ଓ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।
ବିଛା ରାଶି: ପ୍ରଭୁ ଭୋଳାନାଥଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ରାଶିର ଲୋକମାନେ ଶିଙ୍ଗଲିଙ୍ଗ ଉପରେ ଚିନି ସହିତ ମିଶ୍ରିତ ଗଙ୍ଗା ଜଳ ଏବଂ କ୍ଷୀର ଅର୍ପଣ କରିବା ଉଚିତ। ଏହା ପରେ, ଶିବଲିଙ୍ଗ ଉପରେ ନାଲି ଚନ୍ଦନ ସହିତ ତିଲକ ଲଗାନ୍ତୁ ।
ଧନୁ ରାଶି: ଭଗବାନ ଶଙ୍କରଙ୍କ ଆଶୀର୍ବାଦ ପାଇବାକୁ, ଧନୁ ରାଶିର ବ୍ୟକ୍ତିବିଶେଷ କଞ୍ଚା କ୍ଷୀର ସହିତ କେସର,ଗୁଡ ହଳଦୀ ମିଶାଇ ଅଭିଷେକ କରିବା ଉଚିତ୍ । ଶୁଭ ଫଳାଫଳ ପାଇବା ପାଇଁ ପୂଜାରେ ହଳଦିଆ ଫୁଲ ଅର୍ପଣ କରନ୍ତୁ।
ମକର ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ଆଖୁରସରେ ଅଭିଷେକ କରିବା ଉଚିତ। ଏହାଦ୍ୱାରା ପରିବାରରେ ସୁଖ ଏବଂ ସମୃଦ୍ଧି ଆସିବା ସହ ଶରୀର ମଧ୍ୟ ସୁସ୍ଥ ରହିବ ।
କୁମ୍ଭ: ଏହି ରାଶିର ଲୋକମାନେ ପ୍ରଭୁଙ୍କ ନିକଟରେ ଘିଅ, ମହୁ, ଚିନି ଏବଂ ବାଦାମ ତେଲରେ ଭଗବାନ ଶିବଙ୍କୁ ଅଭିଷେକ କରିବା ଉଚିତ୍ ।
ମୀନ ରାଶି : ଏହି ରାଶିର ଲୋକମାନେ ଭଗବାନ ଶିବଙ୍କୁ କଞ୍ଚା କ୍ଷୀର, କେସର, ଏବଂ ଗଙ୍ଗାଜଳରେ ଅଭିଷେକ କରିବା ଉଚିତ୍ । ଅଭିଷେକଙ୍କ ପରେ ହଳଦୀ ଓ କେସର ସହିତ ତିଲକ ଲଗାନ୍ତୁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories