www.samajalive.in
Monday, December 8, 2025
27.1 C
Bhubaneswar

ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ପାଳନ

ବ୍ରହ୍ମପୁର: ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । କ୍ଳବର ସଭାପତି କାମରାଜୁ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ ଉତ୍ସବରେ ଡାକ୍ତର ସମ୍ବିତ ବେଗ୍ ରାୟ, ଶୁଭଲକ୍ଷ୍ମୀ ମହାନ୍ତ ଯୋଗଦେଇ ଛାତ୍ରୀମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ଓ ତାର ନିରାକରଣ ଉପରେ ବିକ୍ଷିପ୍ତ ଭାବେ ଆଲୋଚନା କରିଥିଲେ ଏବଂ ଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସଂଶୟ ଦୂର କରିଥିଲେ । ଅନ୍ୟତମ ଅତିଥି ମୀରା ନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷା କିପରି କରାଯାଇ ପାରିବ ତା’ଉପରେ ବକ୍ତବ୍ୟ ରଖିଥିଲେ ଏବଂ ଛାତ୍ରୀମାନଙ୍କୁ ନେଇ କୌଶଳ ପ୍ରଦର୍ଶନ କରାଇଥିଲେ । ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରି ରୋଟାରୀ କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଳବର ସଂପାଦକ ଜୟନ୍ତ କିଶୋର ପାତ୍ର, କୋଷାଧ୍ୟକ୍ଷ ଦୁର୍ଗା ରାଓ, ପ୍ରଦୀପ କୁମାର ପଟ୍ଟନାୟକ, ଲିଙ୍ଗରାଜ ନାୟକ, ନାରସୁ ଜେନା, ସମାଜ ସେବୀ ରାକେଶ କୁମାର ସାହୁ, ବାଉରୀବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ତ୍ରିପାଠୀ, ସଂଯୁକ୍ତା ପାଢୀ, ସୁଷମା ସାହୁ, ବନ୍ଦନା ତ୍ରିପାଠୀ ଦୁଃଖୀ ଶ୍ୟାମ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଉତ୍ସବ ମୁଖରିତ ହୋଇ ଉଠିଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories