www.samajalive.in
Monday, December 8, 2025
27.1 C
Bhubaneswar

ନୂତନ ଶ୍ରମିକ ପଞ୍ଜୀକରଣ ପାଇଁ ଆଇନ ସଚେତନତା ଶିବିର

ମୋହନା : ଜିଲା ଆଇନ ପ୍ରାଧିକରଣ ସେବା ସମିତି ପକ୍ଷରୁ ମୋହନା ବିଜୁ କଲ୍ୟାଣ ମଣ୍ଡପଠାରେ ନୂତନ ଶ୍ରମିକ ପଞ୍ଜୀକରଣ ପାଇଁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଗୀତା ଦାସ, ମୋହନା ବ୍ଲକ ଏବିଡିଓ ଲିଙ୍ଗରାଜ ସାହୁ, ଡବ୍ଲ୍ୟୁଇଓ ସିମାଂଚଳ ବେହେରା, ଜିଲା ଶ୍ରମିକ ଅଧିକାରୀ ସୁବାଶ ଚନ୍ଦ୍ର ମଣ୍ଡଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ପାଦକ ଗୀତା ଦାସ ଉପସ୍ଥିତ ସ୍ୱୟଂ ସହାୟିକା ଦଳ, ଶ୍ରମିକ, ଦିନ ମଜୁରିଆ ଓ ସାଧାରଣ ଲୋକଙ୍କୁ ଅଣସଂଗଠିତ ଶ୍ରମିକ ମାନଙ୍କୁ ଶ୍ରମିକ କାର୍ଡ, ପଞ୍ଜୀକରଣ ବିନା ଖର୍ଚ୍ଚରେ ଆଇନ ସେବା ତଥା ଶ୍ରମିକ ମାନଙ୍କ ବିଭିନ୍ନ ଅଭାବ ଅସୁବିଧା ମାଗଣାରେ ପାଇପାରିବେ ସେ ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ। କୌଣସି ବ୍ୟକ୍ତି ଯଦି ଶ୍ରମିକ ମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରେ ଏବଂ ନୂତନ ପଞ୍ଜୀକରଣରେ ସମସ୍ୟା ସୃଷ୍ଟି ହୁଏ ତୁରନ୍ତ ଆଇନ ସେବା ସମିତକୁ ଜଣାଇବା ପାଇଁ କହିଥିଲେ। ଏହି ଶିବିରରେ ମୋହନା ଥାନା କର୍ମଚାରୀ, ଜିଲା କୋର୍ଟ ଓ ମୋହନା କୋର୍ଟ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories