www.samajalive.in
Monday, December 8, 2025
27.1 C
Bhubaneswar

ତ୍ୱଚା ପାଇଁ ପନିପରିବା ମାସ୍କ

ସାଧାରଣତଃ ପନିପରିବାର ବ୍ୟବହାର ଖାଦ୍ୟ ପ୍ରସ୍ତୁତି ପାଇଁ ହୋଇଥାଏ। ମାତ୍ର ତ୍ୱଚା ପାଇଁ ମଧ୍ୟ ପନିପରିବା ବ୍ୟବହାର କରିବା ବେଶ ଲାଭଦାୟକ। କିଛି ଏପରି ପନିପରିବା ରହିଛି,ଯାହା ତ୍ୱଚାର ସୁନ୍ଦରତା ବୃଦ୍ଧି କରିଥାଏ। ତେବେ ଜାଣନ୍ତୁ ତ୍ୱଚା ପାଇଁ ପନିପରିବା ଫେସ୍‍ ମାସ୍କ।
ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ସହ ସାଲାଡ ପ୍ରସ୍ତୁତିରେ ବନ୍ଧାକୋବି ବ୍ୟବହାର ହୋଇଥାଏ। ତ୍ୱଚା ପାଇଁ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ। ଫେସ୍‍ ମାସ୍କ ପାଇଁ ପ୍ରଥମେ ବନ୍ଧାକୋବିକୁ ଭଲ ଭାବେ ପେଷି ଦିଅନ୍ତୁ। ଏଥିରେ ଗ୍ରୀନ ଟି ମିଶାନ୍ତୁ। ଏହାକୁ ୧୫ ମିନିଟ ଯାଏଁ ମୁହଁରେ ଲଗାଇ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ।
ଆଳୁର ତ୍ୱଚାର କଳାପଣ ସହଜରେ ଦୂର କରିଥାଏ। ଆଳୁ ଚୋପା ଛଡାଇ ଏହାକୁ ପେଷି ଦିଅନ୍ତୁ। ଏହି ମିଶ୍ରଣରେ ସାମାନ୍ୟ ଗ୍ଲିସରିନ ମିଶାନ୍ତୁ। ମୁହଁରେ ଲଗାଇ ୨୦ ମିନିଟ ରଖି ଧୋଇ ଦିଅନ୍ତୁ।
ବିଟ୍‍ ରସ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହାର ରସ ତ୍ୱଚାର ସୁନ୍ଦରତା ପାଇଁ ବେଶ ସହାୟକ। ବିଟ୍‍ ରସରେ ଅଳ୍ପ ଅଲିଭ ଅଏଲ ମିଶାନ୍ତୁ। ଏହାକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ସପ୍ତାହକୁ ଥରେ ଏହାକୁ ବ୍ୟବହାର କଲେ ନିଜେ ଚମତ୍କାର ଅନୁଭବ କରିବେ।
ଗାଜର ସ୍ୱାସ୍ଥ୍ୟ ସହ ତ୍ୱଚା ପାଇଁ ମଧ୍ୟ ଉତ୍ତମ। ଗାଜର ରସରେ ଅଳ୍ପ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ଲଗାଇଲେ ତ୍ୱଚାର ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories