ମୁମ୍ବାଇ: ପୁଲିସ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଅଭିନେତ୍ରୀ କାବ୍ୟା ଥାପରଙ୍କୁ ଗିରଫ କରାଯାଇଛି ବୋଲି ଜୁହୁ ପୁଲିସ କହିଛି। ତାଙ୍କୁ ଅଂଧେରୀ କୋର୍ଟରେ ହାଜର କରାଯାଇଥିଲା ଓ କଳହରେ ଲିପ୍ତ ରହିବା ସହ ପୁଲିସ ସହ ଅସଦାଚରଣ ଅଭିଯୋଗରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି।
ପୁଲିସ ସୂଚନାନୁସାରେ ଗତକାଲି ସକାଳେ ସେ ମଦ୍ୟପାନ କରି ଏକ କାରକୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୫୩, ୫୦୪, ୩୩୨ ଓ ୪୨୭ ଅନୁଯାୟୀ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



