www.samajalive.in
Monday, December 8, 2025
17.1 C
Bhubaneswar

ହାଇୱା ଓଲଟି ଚାଳକ ମୃତ 

ବଡ଼ସାହି : ଗୁରୁବାର ଅପରାହ୍ଣରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଗଡ଼ଦେଉଳିଆ ଠାରେ ଏକ ପାଉଁଶ ବୋଝେଇ ହାଇୱା (ନଂ ଓଆର ୧୫ ଏଲ୍‍ ୬୮୧୭)ରାସ୍ତା ପାର୍ଶ୍ବକୁ ଓଲଟିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ରେମୁଣା ଥାନା ମହଲନଗରର କୈଳାସ ମାହାନ୍ନାଙ୍କ ପୁଅ ସରୋଜ(୨୬)। ବୈଶିଙ୍ଗା ଅଭିମୁଖେ ଆସୁଥିବା ହାଇୱାଟିର ସମ୍ମୁଖ ଏକ୍ସେଲ ସହିତ ଚକ ଦୁଇଟି ବାହାରି ଯିବାରୁ ଦୁର୍ଘଟଣା ଘଟିଥିଲା। ରାସ୍ତାର ବାମପାର୍ଶ୍ବକୁ ଓଲଟିବା ପୂର୍ବରୁ ଚାଳକ ନିଜକୁ ବଞ୍ଚାଇବା ପାଇଁ ତଳକୁ ଡ଼େଇଁଥିଲେ। ତେବେ ଦୁର୍ଭାଗ୍ୟ, ହାଇୱା ତଳେ ଚାପିହୋଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ବୈଶିଙ୍ଗା ପୁଲିସ୍‍ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories