www.samajalive.in
Monday, December 8, 2025
20.1 C
Bhubaneswar

ଗଞ୍ଜାମ ବ୍ଲକର ମୈଦାନରେ ପ୍ରଚାର କରୁଛନ୍ତି ପୂର୍ବତନ ଜିଲ୍ଲାପରିଷଦ

ଗଞ୍ଜାମ: ଗଞ୍ଜାମ ବ୍ଳକରେ ରହିଥିବା ୧୪ ନମ୍ବର ଜୋନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୈଦାନରେ ନିର୍ବାଚନ ପ୍ରଚାର କରୁଛନ୍ତି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ରାଜ୍ୟ ଭାଜପା ଅନୁସୂଚିତ ଜାତିର ସମ୍ପାଦକ କୀର୍ତ୍ତନ ଦାସ।
ବର୍ତ୍ତମାନ ୧୪ ନମ୍ବର ଭାଜପା ଜିଲ୍ଲା ପରିଷଦ ସଭ୍ୟା ପାର୍ଥିନୀ ପ୍ରଭାସିନୀ ନାୟକଙ୍କ ପାଇଁ ତାଙ୍କର ଦଳୀୟ ସମର୍ଥକଙ୍କୁ ନେଇ ପ୍ରଚାରରେ ଲାଗିପଡିଛନ୍ତି। ବୁଧବାର ପାଲଙ୍ଗ ପଞ୍ଚାୟତର ନିମିସୋଳା,ପାଲଙ୍ଗ,ଜଟିଆଖୋଲ,କାନଖାଇ,ଫୁଲଝର,ଆମ୍ବିଳିଝର ପ୍ରମୁଖ ଗ୍ରାମ ମାନଙ୍କରେ ଘର କୁ ଘର ଯାଇ ଭାଜପା ପାର୍ଥିନି ଶ୍ରୀମନ୍ତି ନାୟକଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଯାଇ ଭୋଟରଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ଦେଶ ବିକାଶର ବାର୍ତ୍ତା ବଖାଣୁଥିବା ଲକ୍ଷ କରାଯାଇଛି।
ପ୍ରଚାର ସମୟରେ ସ୍ଥାନୀୟ ଭାଜପା ବରିଷ୍ଟ ନେତା ଚିଟିବାବୁ ଦୋରା,ସୁନ୍ଦରନାଥ ସାହୁ,ମହେଶ୍ୱର ଦାସ,ଦଳିତ ନେତା ଭୀମସେନ ବେହେରା,ପୂର୍ବତନ କାଉନସିଲର ଶରତ ଚନ୍ଦ୍ର ବେହେରା,ସୁରେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories