www.samajalive.in
Monday, December 8, 2025
27.1 C
Bhubaneswar

ପାଞ୍ଚ ବର୍ଷ ଯାଏ ମାସକୁ କିଲେ ଘିଅ, ମାଗଣା ରେସନ

ଲକ୍ଷ୍ନୌ,  : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଆଯାଉଥିବାବେଳେ ସମାଜବାଦୀ ପାର୍ଟି ପକ୍ଷରୁ ମାଗଣା ରେସନ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ମାସିକ ଏକ କିଲୋ ଘିଅ ସହିତ ମାଗଣାରେ ରେସନ ସାମଗ୍ରୀ ଯୋଗାଇ ଦିଆଯିବ। ଦଳ କ୍ଷମତାରେ ଥିବା ପର୍ଯ୍ୟନ୍ତ ଅର୍ଥାତ୍ ଆଗାମୀ ୫ବର୍ଷ ପାଇଁ ଏହି ରେସନ ମାଗଣାରେ ଯୋଗାଇ ଦିଆଯିବ।

ମଙ୍ଗଳବାର ରାୟ ବରେଲିରେ ନିର୍ବାଚନ ଶୋଭାଯାତ୍ରାକୁ ସମ୍ବୋଧନ କରି ଅଖିଳେଶ କହିଛନ୍ତି ଯେ ମାଗଣା ରେସନ ସହିତ ବର୍ଷକୁ ୨ଟି ଲେଖାଏଁ ରନ୍ଧନ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ। ଅନ୍ୟପଟେ ଔରିୟାରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ବିଜେପି ନେତା ଅମିତ ଶାହା କହିଛନ୍ତି ଯେ ମାର୍ଚ୍ଚ ୧୦ରେ ଉତ୍ତରପ୍ରଦେଶ ବିଧାନସଭା ଭୋଟ ଗଣତି ହେବ। ବିଜେପି ଯଦି ପୁନର୍ବାର କ୍ଷମତାକୁ ଆସିବ ତେବେ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ଲୋକଙ୍କ ଘରେ ମାଗଣା ଗ୍ୟାସ ସିଲିଣ୍ଡର ପହଞ୍ଚିଯିବ। ଏହା ସହିତ ଆଗାମୀ ୫ବର୍ଷ ଯାଏଁ କୃଷକଙ୍କୁ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ। ସମାଜବାଦୀ ପାର୍ଟିକୁ ସମାଲୋଚନା କରି ଶାହା କହିଛନ୍ତି ଯେ ଏହି ଦଳ କ୍ଷମତାକୁ ଆସିଲେ ଉତ୍ତରପ୍ରଦେଶରେ ଅପରାଧୀମାନେ ମୁକ୍ତରେ ଘୂରିବୁଲିବେ। ରାଜ୍ୟରେ ଗୁଳି, ବନ୍ଧୁକର ରାଜ ଚାଲିବ। ଫେବୃଆରୀ ୨୦ରେ ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories