www.samajalive.in
Tuesday, December 9, 2025
16.1 C
Bhubaneswar

ଅଭିଜିତ୍ ଆୟର ମିତ୍ର ଗିରଫ

ନୂଆଦିଲ୍ଲୀ: ଓଡିଶାର ଐତିହ୍ୟ,  ସଂସ୍କୃତି ଓ ଜଗନ୍ନାଥଙ୍କ ବିରୋଧରେ ଅରୁଚିକର ଓ ବିଭ୍ରାନ୍ତିକାର ମନ୍ତବ୍ୟ ଦେଇଥିବା ସାମ୍ବାଦିକ ତଥା ଲେଖକ ଅଭିଜିତ୍ ଆୟର ମିତ୍ର ଗିରଫ ହୋଇଛନ୍ତି । ଗୁରୁବାର ଅଭିଜିତଙ୍କୁ ଦିଲ୍ଲୀ ନିଜାମୁଦ୍ଦିନ ଥାନା ପୁଲିସ ପ୍ରଥମେ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଜିତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସବଦରଜଙ୍ଗ ଡାକ୍ତରଖାନାକୁ ନିଆଯାଇଛି । ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯିବ । ଏହା ପରେ ଓଡିଶା ପୁଲିସ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ଗିରଫ ପରେ ଅଭିଜିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କେଉଁ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ଏବଂ କିଏ ମାମଲା ରୁଜୁ କରିଛି ସେନେଇ ମୋ ନିକଟରେ ସୂଚନା ନାହିଁ । ଲିଖିତ ଅଭିଯୋଗ ପତ୍ର ଏଯାବତ୍ ମୋତେ ପୁଲିସ ଦେଇ ନାହିଁ ।

- Advertisement -

ସୂଚନାଯେଗ୍ୟ, ଗତ ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂ ଚିଲିକା, କୋଣାର୍କ, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରିଥିଲେ । ଚିଲିକା ହ୍ରଦର ଅତି ନିକଟରେ ହେଲିକପ୍ଟର ଉଡିବା ନେଇ ବୈଜୟନ୍ତ ପଣ୍ଡା ବିବାଦକୁ ଟାଣି ହୋଇଥିବା ବେଳେ ତାଙ୍କ ବନ୍ଧୁ ଅଭିଜିତ୍ ଆୟର ମିତ୍ରଙ୍କର କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ନେଇ ଦେଇଥିବା  ଅଶାଳୀନ ମନ୍ତବ୍ୟ ରାଜ୍ୟ ରାଜନୀତି ଜୋର ଧରିଥିଲା। ଅଭିଜିତ୍ ଆୟର ମିତ୍ର ପୁରୀ ଶ୍ରୀମନ୍ଦିରକୁ ଏକ ପର୍ଯ୍ୟଟନ ସ୍ଥଳ ବୋଲି କହିଥିଲେ । ଏହା ସହ ଦମ୍ ଅଛି ତ ଗିରଫ କରି ଦେଖାଅ ବୋଲି ଚ୍ୟାଲେଞ୍ଜ  କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories