www.samajalive.in
Tuesday, December 9, 2025
16.1 C
Bhubaneswar

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ମନେ ପକାଇଲେ ମୋଦୀ, ଥରୁର କହିଲେ ଶୋକଠୁ ଅଧିକା ପୁନରାବୃତ୍ତିକୁ ରୋକିବା ଜରୁରୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୩ ବର୍ଷ। ଏହି ଅବସରରେ ସାରା ଦେଶ ଆଜି ଏହି ଭୟଙ୍କର ଆକ୍ରମଣରେ ଶହୀଦ ହୋଇଥିବା ସେହି ୪୦ ବୀର ସିଆରପିଏଫ୍‌ ଯବାନଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଶହୀଦଙ୍କ ବଳିଦାନକୁ ମନେ ପକାଇଛନ୍ତି। ସେହିପରି କଂଗ୍ରେସ ନେତା ଶଶି ଥରୁର ଶହୀଦଙ୍କୁ ସଲାମ୍‌ ଜଣାଇବା ସହ ଏହି ଅବସରରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି।

ପୁଲୱାମା ଆକ୍ରମଣର ଶହୀଦମାନଙ୍କୁ ସେନା ମୁଖ୍ୟ ଏମଏମ ନରୱଣେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

- Advertisement -

ମୋଦୀ କହିଛନ୍ତି :

୨୦୧୯ ଆଜିର ଦିନରେ ପୁଲୱାମାରେ ଶହୀଦ ହୋଇଥିବା ସମସ୍ତ ବୀରମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆମ ଦେଶ ପାଇଁ ସେମାନଙ୍କର ବଳିଦାନକୁ ମନେ ପକାଉଛି। ତାଙ୍କର ସାହସିକତା ଏବଂ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଦେଶ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି।

ଅମର ବୀରଙ୍କୁ ଶତ ଶତ ପ୍ରଣାମ : ଯୋଗୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ବିଟ୍‌ କରି ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଲେଖିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତ ମାତାର ଅମର ବୀର ପୁତ୍ରଙ୍କୁ ଶତ ପ୍ରଣାମ ଏବଂ ବିନମ୍ର ଶ୍ରଦ୍ଧାଞ୍ଜଳି। ଆପଣମାନଙ୍କ ବଳିଦାନ ପାଇଁ ସାରା ଦେଶ ଋଣୀ। ଆପଣମାନଙ୍କ ତ୍ୟାଗ ଆତଙ୍କବାଦ ବିରୁଦ୍ଧରେ ଆମ ସମସ୍ତଙ୍କୁ ଏକତ୍ର କରିଛି। ଜୟ ହିନ୍ଦ୍‌!

କାହିଁକି ଓ କେମିତି ହେଲା ଏହା ଆକ୍ରମଣ, ବିଚାର ଜରୁରୀ: ଥରୁର

କଂଗ୍ରେସ ନେତା ଶଶି ଥରୁର ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ଆମର ପୁଲୱାମା ଶହୀଦମାନେ ପାରମ୍ପାରିକ ଶୋକ-ଶ୍ରଦ୍ଧାଞ୍ଜଳିଠାରୁ ଅଧିକ ଯୋଗ୍ୟ। ଏହି ଆକ୍ରମଣ କାହିଁକି ଓ କେମିତି ହେଲା? ଏହି ବଡ଼ ଭୁଲ୍‌ ପାଇଁ କିଏ ଦାୟୀ? ଏହାର ପୁନରାବୃତ୍ତି ନହେବା ପାଇଁ ଆମେ କ’ଣ ପଦକ୍ଷେପ ନେଉଛୁ? ଶହୀଦଙ୍କ ସ୍ମୃତିରେ ଏହି ପ୍ରଶ୍ନଗୁଡ଼ିକର ବିଚାର ଉପଯୁକ୍ତ ହେବ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍‌ କରି ଶହୀଦ ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଦେଶ ସର୍ବଦା ଋଣୀ ରହିବ ବୋଲି ସେ କହିଛନ୍ତି।

ଅପରପକ୍ଷେ, ଅଭିନେତା ଅନୁପମ ଖେର ଟ୍ବିଟ୍‌ କରିଛନ୍ତି, ‘‘୧୪ ଫେବୃୟାରୀ, ୨୦୧୯! ପୁଲୱାମା ଆକ୍ରମଣ ଶହୀଦଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଶହୀଦମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମୁଁ ସଲାମ୍‌ କରୁଛି’’।

ଆଜିଠୁ ତିନି ବର୍ଷ ପୂର୍ବେ ପୁଲୱାମାରେ ଜୈଶ ଆତଙ୍କବାଦୀମାନେ ବିସ୍ଫୋଟକ ଭର୍ତ୍ତି କାରକୁ ସିଆରପିଏଫ୍‌ ଯବାନଙ୍କ ଏକ ବସ୍‌ ସହ ଧକ୍କା କରାଇଥିଲେ। ଏହି ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ବ ଯବାନଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଆକ୍ରମଣ ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ହଟାଇବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ପ୍ରତିଜବାବରେ ଭାରତ ପିଓକେରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରି ପାକ୍‌ ଆତଙ୍କୀଙ୍କ ଆଡ୍ଡାକୁ ଧ୍ବଂସ କରି ଦେଇଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories