www.samajalive.in
Monday, December 8, 2025
17.1 C
Bhubaneswar

ଓଡ଼ିଶା ମୋସନ୍ ପିକ୍‌ଚର୍ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ମୋସନ୍ ପିକ୍‌ଚର୍‌ ପୁରସ୍କାର କାର୍ଯ୍ୟକ୍ରମ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ବରିଷ୍ଠ ସ୍ତମ୍ଭକାର ଅମିୟ ପାଣ୍ଡବ ଓ ଶକ୍ତି ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର, ଶ୍ରେଷ୍ଠ ଅଭିନେତ୍ରୀ ଦିବ୍ୟାଦିଶ ମହାନ୍ତିଙ୍କୁ ପୁରସ୍କାର ଦିଆଯାଇଥିଲା। ସେହିପରି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ହର ରଥ, ଶ୍ରେଷ୍ଠ ଖଳନାୟକ ଶ୍ରୀତମ ଦାଶ, ଶ୍ରେଷ୍ଠ ଲେଖକ ନିର୍ମଳ ନାୟକ, ଶ୍ରେଷ୍ଠ ହାସ୍ୟାଭିନେତା ଜୀବନ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ପ୍ରଦୀପ କୁମାର, ଶ୍ରେଷ୍ଠ ନିର୍ଦେଶକ ରାକେଶ ସାମଲ, ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ମଳୟ ମିଶ୍ର, ଶ୍ରେଷ୍ଠ ଶିଶୁ ପ୍ରତିଭା ପ୍ରିୟଂଶୀ ଜେନା, ଶ୍ରେଷ୍ଠ ନବାଗତା ନାୟିକା ପିଆଲି ଦାଶ, ଶ୍ରେଷ୍ଠ ସିନେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ଶ୍ରେଷ୍ଠ ଉଦ୍‌ଘୋଷକ ମୁକେଶ କୁମାର ଓ ଶେଷ୍ଠ ଚଳଚ୍ଚିତ୍ର ‘ତୋ ପାଇଁ ଫେରିବି ବସୁଧା ଚିରି’କୁ ସମ୍ମାନିତ କରାଯାଇଥିଲା। ଏହା ସହ ଓଡ଼ିଆ ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା କଳାକାର ହାଡୁ, ଚୌଧୁରୀ ଜୟ ପ୍ରକାଶ ଦାସ, ଦେବୀ ବାରିକ, ଭିକାରୀ ସ୍ୱାଇଁ ପ୍ରମୁଖଙ୍କୁ ଚଳଚ୍ଚିତ୍ର ଗର୍ବ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମୁକେଶ କୁମାର ଓ ମିର୍ ଅହମ୍ମଦ ଅଲ୍ଲୀ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories