ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପାର୍ଶ୍ଵରେ ଥିବା ଏସବିଆଇ ଏଟିଏମରୁ କବାଟ ତାଲା ଭାଙ୍ଗି ଲୁଟେରାମାନେ ୬ବ୍ୟାଟେରୀ ଲୁଟି ନେଇଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ଭୋର ସମୟରେ ଲୁଟେରା ମାନେ ଏକ ଧଳାରଙ୍ଗର ପିକଅପ୍ ଗାଡ଼ିରେ ଆସି ୬ଟି ବ୍ୟାଟେରୀ ଚୋରି କରି ନେଇଛନ୍ତି। ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଧ୍ୟାନ କରିବାରୁ ସେହି ସମୟରେ ଦୃଶ୍ୟମାନ ହେଉଥିବା ବେଳେ ଦୁବୁର୍ତ୍ତମାନେ ତୁଣ୍ଡି ପିନ୍ଧିବା ସହ ମୁଖା ପିନ୍ଧିଥିବାରୁ ସ୍ପଷ୍ଟ ଚିତ୍ର ଦୃଶ୍ୟମାନ ହେଉଥିବା ଜଣାପଡିଛି । ଘଟଣାକୁ ନେଇ ଆଖପାଖ ସାହି ପଡିଶା ଲୋକେ କେହି କିଛି ଜାଣିନଥିବା କହିଛନ୍ତି । ତେବେ ଖବରପାଇ ରାମନାଗୁଡା ଫାଣ୍ଡି ଅଧିକାରୀ ପୃଥିରାଜ ଝାଙ୍କର ଘଟଣାସ୍ଥଳରେ ପହଂଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ବ୍ୟାଙ୍କ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି। ଏନେଇ ଖବର ଲେଖାହେବା ପର୍ଯ୍ୟନ୍ତ କୈଣସି ମାମାଲା ରୁଜୁ ହୋଇନଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଚୋରୀ କମିଥିବା ବେଳେ ଏବେ ପୁଣି ଲୁଟେରା ସକ୍ରିୟ ଥିବା ଜଣାପଡିଛି ।
Popular Categories



