www.samajalive.in
Thursday, December 11, 2025
27.1 C
Bhubaneswar

ମୋଦୀଙ୍କ ସମ୍ପତ୍ତି କମିଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ କେତେ? ଦେଶର ‘ପ୍ରଥମ ସେବକ’ଙ୍କ ସମ୍ପତ୍ତି ସମ୍ପର୍କରେ ଜାଣିବାର ଆଗ୍ରହ ସମସ୍ତଙ୍କର ରହିବା ସ୍ୱାଭାବିକ; ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିଜର ସମ୍ପତ୍ତି ସାର୍ବଜନୀନ କରିଛନ୍ତି। ସଦ୍ୟତମ ଘୋଷଣା ଅନୁଯାୟୀ, ଗତ ମାର୍ଚ୍ଚ ୩୧ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨କୋଟି ୩୦ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି; ମୋଦୀ ସମ୍ପତ୍ତି ତାଲିକାରେ ପତ୍ନୀଙ୍କ ନାମ ଯଶୋଦାବେନ୍‍ ବୋଲି ଉଲ୍ଲେଖ କରିଛନ୍ତି; କିନ୍ତୁ ପତ୍ନୀଙ୍କ ନାମରେ କେତେ କ’ଣ ସମ୍ପତ୍ତି ରହିଛି ତାହା ଜାଣି ନଥିବା ଦର୍ଶାଇଛନ୍ତି। ପୁନଶ୍ଚ ତାଙ୍କ ଉପରେ କେହି ନିର୍ଭରଶୀଳ ନାହାନ୍ତି ବୋଲି ମୋଦୀ ସ୍ପଷ୍ଟ କରିଛନ୍ତି।
ଏହି ସମୟ ସୁଦ୍ଧା ମୋଦୀଙ୍କ ପାଖରେ ଥିଲା ନଗଦ ୪୮ହଜାର ୯୪୪ ଟଙ୍କା। ବିସ୍ମୟର ବିଷୟ ହେଉଛି; ଗତ ବର୍ଷ ଅପେକ୍ଷା ଏହା ୬୭ପ୍ରତିଶତ କମ୍‍। ଗତବର୍ଷ ତାଙ୍କ ନିକଟରେ ନଗଦ ଦେଢ଼ ଲକ୍ଷ ଟଙ୍କା ଥିଲା। ଏହାଛଡ଼ା ଗୁଜରାଟର ଗାନ୍ଧୀନଗରସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ୧୧ଲକ୍ଷ ୩୦ ହଜାର ଟଙ୍କା ଜମା ରହିଥିବା ପ୍ରକାଶ। ମୋଦୀ କୌଣସି ବ୍ୟାଙ୍କରୁ ଋଣ କରିଥିବାର ସୂଚନା ସମ୍ପତ୍ତି ତାଲିକାରେ ସୂଚିତ ହୋଇନାହିଁ।
ମୋଦୀଙ୍କର ଆର୍ଥିକ ବିନିଯୋଗ ମଧ୍ୟରେ ରହିଛି ୧କୋଟି ୮ଲକ୍ଷ ଟଙ୍କାର ସ୍ଥାୟୀ ଜମା। ଏହା ଷ୍ଟେଟ ବ୍ୟାଙ୍କରେ ରହିଛି। ତା’ଛଡ଼ା ୨୦୧୨ରେ ଏଲ୍‍ଏନ୍‍ଟି କମ୍ପାନୀ ବଣ୍ଡରେ ସେ ୨୦ହଜାର ଟଙ୍କା ଖଟାଇଛନ୍ତି। ସେହିଭଳି ନ୍ୟାସନାଲ ସେଭିଂସ୍‍ ସାର୍ଟିଫିକେଟ୍‍ରେ ୫ଲକ୍ଷ ୨୦ହଜାର ଟଙ୍କା ଜମା ସହିତ ୧ଲକ୍ଷ ୬୦ହଜାର ଟଙ୍କାର ଜୀବନ ବୀମା ପଲିସି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ମୋଟ ୪ଟି ସୁନା ମୁଦି ରହିଛି; ଯାହାର ଓଜନ ପାଖାପାଖି ୪୫ଗ୍ରାମ ଓ ମୂଲ୍ୟ ୧ଲକ୍ଷ ୩୮ହଜାର। ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ କୌଣସି ଅଳଙ୍କାର କିଣି ନାହାନ୍ତି। ଏପରି ଭାବେ ମୋଦୀଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୨୮ଲକ୍ଷ ୫୧ହଜାର ଟଙ୍କା।
ଅପରପକ୍ଷରେ ମୋଦୀଙ୍କର ସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ଗାନ୍ଧୀନଗରଠାରେ ୩୫୦୦ବର୍ଗଫୁଟର ଏକ ଘର। ଏହାକୁ ସେ ୨୦୦୨ରେ ୧ଲକ୍ଷ ୩୦ହଜାର ଟଙ୍କାରେ କିଣିଥିଲେ; କିନ୍ତୁ ବର୍ତ୍ତମାନ ଏହି ଜମି ତଥା ଘରର ମୂଲ୍ୟ ୧କୋଟି। ତାଙ୍କର କୌଣସି ଚାଷ ଜମି ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଧାନମନ୍ତ୍ରୀଙ୍କର ନିଜସ୍ୱ କାର କିମ୍ବା ମୋଟର ସାଇକଲ ବି ନାହିଁ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories