www.samajalive.in
Wednesday, December 10, 2025
18.1 C
Bhubaneswar

ଶେଷ ହୋଇ ନାହିଁ କରୋନା ବିପଦ !

ନୂଆଦିଲ୍ଲୀ : କରୋନାର ୩ୟ ତରଙ୍ଗ ଦୁର୍ବଳ ହେଉଥିବା ଦେଖାଯାଉଛି। ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ , କରୋନା ଭୂତାଣୁକୁ ନେଇ ଚେତାବନୀ ଦେଇଛନ୍ତି। ଶୁକ୍ରବାର ମିଳିଥିବା ସୂଚନାନୁଯାୟୀ, ଏଯାଏଁ ମହାମାରୀ ଶେଷ ହୋଇ ନାହିଁ। ବର୍ତ୍ତମାନ ଯାଏଁ ଅନେକ ପ୍ରକାର ପ୍ରକରଣ ଦେଖାଯାଇଛି। ତେଣୁ ଆଗାମୀ ଦିନରେ କରୋନାର ନୂଆ ପ୍ରକରଣ ଆସି ପାରେ। ତେଣୁ ସଭିଁଙ୍କୁ ଖୁବ ସାବଧାନତାର ସହ ମାହାମାରୀର ଶେଷ ପର୍ଯ୍ୟନ୍ତ ନିୟମର ପାଳନ କରିବାକୁ ପଡିବ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଷୟିକ ଅଧିକାରୀ ମାରିୟା ବୈନ ମଧ୍ୟ ଚେତାବନୀ ଦେଇଛନ୍ତି, ଓମିକ୍ରନ କରୋନାର ଶେଷ ପ୍ରକରଣ ନୁହେଁ। ଭୂତାଣୁ ବିଷୟରେ ବହୁତ କିଛି ଜଣାପଡିଥିଲେ ମଧ୍ୟ ସବୁକିଛି ଜଣାପଡି ନାହିଁ। ଏହା ଶେଷ ପ୍ରକରଣ ନୁହେଁ, ଆହୁରି ଅନେକ ପ୍ରକରଣ ଆସିପାରେ। ତେଣୁ ଟିକାକରଣକୁ ଅଧିକ ରୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି। ଓମିକ୍ରନ ପ୍ରକରଣର ଉପରେ ନଜର ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନ୍ୟ ପ୍ରକରଣ ଉପରେ ନଜର ରଖିଛନ୍ତି।
ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଅନେକ ଦିନ ପରେ ପ୍ରଥମ ଥର ପାଇଁ କରୋନା ମାମଲା ଏକ ହଜାରରୁ କମ୍ ରହିଛି। ଏହାପୂର୍ବରୁ, ୩୦ ଡିସେମ୍ବର ୨୦୨୧ ରେ, ସର୍ବନିମ୍ନ ସଂଖ୍ୟକ ନୂତନ ମାମଲା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୭୭ ଟି ନୂଆ ମାମଲା ଦେଖିବାକୁ ମିଳିଥିବାବେଳେ ପଜିଟିଭ ହାର ୧.୭୩ ରହିଛି। ବର୍ତ୍ତମାନ ରାଜଧାନୀରେ ଚାରି ହଜାରରୁ ଅଧିକ ସକ୍ରିୟ କରୋନା ମାମଲା ରହିଛି। କରୋନାରୁ ମୃତ୍ୟୁ ମାମଲା ଏବେ ସାମ୍ନାକୁ ଆସୁଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଆଶ୍ୱସ୍ତିକର ଖବର ଅଧିକାଂଶ ନୂତନ ସଂକ୍ରମିତ ଘରେ ସୁସ୍ଥ ହେଉଛନ୍ତି ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ହେଉନାହିଁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories