ଅନିଲ ଅମ୍ବାନୀଙ୍କୁ ଝଟକା, ୩ମାସ ଯାଏ ବଜାରରେ କରିପାରିବେନି କାରବାର
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ବଡ଼ ଝଟକା ଲାଗିଛି । ସେୟାର ମାର୍କେଟରେ କାରବାର କରିବାକୁ ନେଇ ଅନିଲଙ୍କ ଉପରେ କଟକଣା ଲଗାଯାଇଛି । କଟକଣା ଅନୁସାରେ ଅନିଲ ଅମ୍ବାନୀ ୩ ମାସ ଯାଏ ବଜାରରେ କୌଣସି କାରବାର କରିପାରିବେ ନାହିଁ । ପୂର୍ବରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ବିରୋଧରେ ଠକେଇ ଅଭିଯୋଗ ହୋଇଥିଲା । ଖାଲି ଅନିଲ ନୁହଁନ୍ତି ଅମିତ ବାପନା, ରବୀନ୍ଦ୍ର ସୁଧାକର ଓ ପିଙ୍କେଶ ଆର ଶାହଙ୍କ ଉପରେ ମଧ୍ୟ କଟକଣା ଲାଗିଛି । ଏହି କଟକଣା ଆଗାମୀ ନିର୍ଦ୍ଦେଶ ଯାଏ ବଳବତ୍ତର ରହିବ ବୋଲି କୁହାଯାଇଛି ।
Comments are closed.