www.samajalive.in
Sunday, December 7, 2025
15.1 C
Bhubaneswar

ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସାଆପ

ନୂଆଦିଲ୍ଲୀ: ଆଜିର ସମୟରେ ବଢ଼ୁଛି ଇଣ୍ଟରନେଟର ଚାହିଦା । ସମସ୍ତ ପ୍ରକାରର କାମ ପାଇଁ ଲୋକମନେ ଏବେ ଇଣ୍ଟରନେଟ୍‍ ଉପରେ ନିର୍ଭର କରୁଛନ୍ତି । ସେ ଯେ କୌଣସିବି କାମ ହେଉନା କାହିଁକି ହ୍ୱାଟସାଆପର ଚାହିଦା ବର୍ତ୍ତମାନର ସମୟରେ ଢେର ଅଧିକ ରହିଛି । କାରଣ ହ୍ୱାଟସାଆପ୍‍ ଜରିଆରେ ସମସ୍ତ ଇଣ୍ଟରନେଟ୍‍ କାମ କରୁଛନ୍ତି କର୍ମଚାରୀ । ହେଲେ ବର୍ତ୍ତମାନ ହ୍ୱାଟସାଆପକୁ ନେଇ ଏକ ବଡ଼ କଥା ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଅପଣଙ୍କୁ ନିଶ୍ଚୟ ଭଲ ଲାଗିବ । କାରଣ ଏବେ ହ୍ୱାଟସାଆପ ବିନା ଇଣ୍ଟରନେଟରେ ଚାଲିପାରିବ । କେମିତି ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସାଆପ ଆସନ୍ତୁ ଜାଣିବା..

ଆପଣ ବିନା ଇଣ୍ଟରନେଟରେ ଚାଟ୍‍ ସିମ୍‍ ଦ୍ୱାରା ହ୍ୱାଟସାଆପ ଚଲାଇପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଚାଟ୍‍ ସିମ୍‍ କିଣିବାକୁ ପଡ଼ିବ । ଆପଣ ଭାବୁଥିବେ ଏହି ଚାଟ୍‍ ସିମ୍‍ କ’ଣ ? ଏହି ଚାଟ୍‍ ସିମ୍‍ ହେଉଛି ଏକ ଭିନ୍ନ ପ୍ରକାରର ସିମ୍‍ । ଯାହା କେବଳ ୱେବସାଇଟ୍‍ ଓ ଦୋକାନରେ ମିଳିବ । ସେଠାରୁ ସିମ୍‍ ଟିକୁ ଆଣିବା ପରେ ନିଜର ମୋବାଇଲରେ ଇନଷ୍ଟଲ କରିବେ । ଇନଷ୍ଟଲ କରିବା ଦ୍ୱାରା ଆପଣ ଏକ ବର୍ଷ ପାଇଁ ବିନା ଇଣ୍ଟରନେଟରେ ହ୍ୱାଟସାଆପ ଚଳାଇପାରିବେ ।

- Advertisement -

ଜାଣନ୍ତୁ ଚାଟ୍‍ ସିମ୍‍ ବିଷୟରେ କିଛି ତଥ୍ୟ
ଚାଟ୍‍ ସିମର ମୂଲ୍ୟ ୧୮୦୦ ଟଙ୍କା ରହିଛି । ଏହା ଏକ ବର୍ଷର ବୈଧତା ସହ ଆପଣଙ୍କୁ ମିଳିବ । ପରେ ଏହାକୁ ଆପଣ ପୁଣି ରିଚାର୍ଜ କରିପାରିବେ । ଏହି ସିମ୍‍ ସମସ୍ତ ପ୍ରକାରର ମୋବାଇଲରେ ବ୍ୟବହାର କରାଯାଇପାରିବ । ସବୁଠାରୁ ବଡ଼ କଥା ହେଉଛି ଏହି ଚାଟ୍‍ ସିମକୁ ଆପଣ ଦେଶ ବିଦେଶରେ ମଧ୍ୟ ବ୍ୟବହାର କରିପାରିବେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories