www.samajalive.in
Tuesday, December 9, 2025
16.1 C
Bhubaneswar

ଗୋଆ ବୁଲିବା ଲୋଭରେ ସ୍ୱାମୀକୁ ପ୍ରତିଦିନ ତିନୋଟି ସୁନାଚେନ୍‌ ଲୁଟ୍‌ କଣ୍ଟ ଦେଇଥିବା ମହିଳା ଗିରଫ

ବେଙ୍ଗାଲୁର . – ସ୍ୱାମୀକୁ  ଦିନକୁ ୩ଟା ସୁନାଚେନ୍‌ ଲୁଟ୍‌ କରିବା ପାଇଁ  କଣ୍ଟ ଦେଇଥିବା ମହିଳା ଗିରଫ ହୋଇଛି ।  ମହିଳାଙ୍କ ସ୍ୱାମୀ ୧୦୦ରୁ ଅଧିକ ସୁନାଚେନ୍‌ ଲୁଟ୍‌ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ହେଲାପରେ ଏହି ଚୋର ତା ସ୍ତ୍ରୀ କଥାରେ ବାଧ୍ୟ ହୋଇ ଚୋରି କରୁଥିବ କଥା ପୁଲିସ ଆଗରେ ପ୍ରକାଶ କରିଛି । ପୁଲିସ ଏହି ଚୋର ଘରୁ ଏକ କୋଟି ଟଙ୍କାର ଅଳଙ୍କାର ଜବତ କରିଛି । ବିଶ୍ୱନାଥ କୁମାର ନାମକ ଏହି ଚୋର ତା ସ୍ତ୍ରୀ ମହାଦେବୀ କଥାରେ ପଡି ଚୋରି କରୁଥିଲା । ତା ସ୍ତ୍ରୀ ଏକ ବାଳାଶ୍ରମରେ ରହୁଥିଲା । ବିଶ୍ୱନାଥ ଗିରଫ ହେବାପରେ ସେ ସେଠାରୁ ଫେରାର ହୋଇଯାଇଥିଲା । ମାତ୍ର ପୁଲିସ ତାକୁ ଗିରଫ କରିଛି ।

ଚୋର ସ୍ତ୍ରୀର ପସନ୍ଦ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଦାମିକା ପୋଷାକ, ବ୍ୟାଗ କିଣିବା ସହ ଗୋଆ ବୁଲିବା ପାଇଁ ପସନ୍ଦ କରୁଥିଲା । କେବଳ ସେତିକି ନୁହେଁ ଚୋର ବିଶ୍ୱନାଥ ଚୋରି ଟଙ୍କାରେ ଏକ ଦୁଇଟି ଦାମିକା କାର୍‌ ଓ ୫ଟି ମଟର ସାଇକେଲ୍‌ କିଣିଥିଲା ।  ଗୋଆରେ ଦାମିକା ହୋଟେଲ୍‌ରେ ଦୁଇଜଣ ରହୁଥିଲେ ।

- Advertisement -

ଚୋରକୁ ଧରିବା ପାଇଁ ଚନ୍ଦ୍ର କୁମାର ନାମକ କନେଷ୍ଟବଳ ବହୁତ ଦୂର  ପର୍ଯ୍ୟନ୍ତ ଦଉଡି ଥିଲେ । ଏହାପରେ ଚୋର ତାଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲା । ମାତ୍ର ଆଉଜଣେ ପୁଲିସ ଅଧିକାରୀ ଚୋର  ବିଶ୍ୱନାଥର ଗୋଡକୁ ଗୁଳି କରିଥିଲେ । ଛୁରି ଆକ୍ରମଣରେ ଆହତ ହୋଇଥିବା ଚନ୍ଦ୍ର କୁମାରଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର  ପ୍ରଦାନ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories