www.samajalive.in
Monday, December 8, 2025
17.1 C
Bhubaneswar

ବାଲ୍ୟବିବାହ ପ୍ରତିରୋଧ ମଞ୍ଚର କିଶୋରୀମାନଙ୍କ ସହିତ ଆଲୋଚନା

ନବରଙ୍ଗପୁର: ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅନ୍ଵେଷା ଅଭିଯାନ। କମ୍ ବୟସରେ ବିବାହ ବନ୍ଧନରେ ନ ବାନ୍ଧି ପିତା ମାତା ଓ ସଂପ୍ରଦାୟଙ୍କୁ ବୁଝାଇ କିଶୋରୀମାନଙ୍କର ପ୍ରତିଭାକୁ ବିକଶିତ କରିବା ପାଇଁ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଶନିବାର ଦିନ ବୈଠକ କରାଯାଇ କିଶୋରୀମାନଙ୍କୁ ସଶକ୍ତ କରାଯାଉଛି । ଏହି ମର୍ମରେ ଜିଲ୍ଲାରେ କିଶୋର କିଶୋରୀମାନଙ୍କୁ ନେଇ ଗଢାଯାଇଥିବା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର କିଶୋରୀମାନଙ୍କ ସହିତ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଆଲୋଚନା କରି ତାଙ୍କର ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମ ମିଶନଶକ୍ତି ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କିଶୋରୀମାନଙ୍କ ସହିତ ଆଲୋଚନା କରିବା ସମୟରେ ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ବାଳିକାମାନେ ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇ ନିଜେ ନିଜର ବିବାହ ବୟସକୁ ସ୍ଥିର କରିବା ପାଇଁ ଆହ୍ଵାନ ଦେଇଛନ୍ତି । ଜିଲ୍ଲାର ୧୦ ଗୋଟି ବ୍ଲକରେ ବାଳିକା ମଣ୍ଡଳୀର ୭୦ ଜଣ ସଖୀ, ସହେଲିଙ୍କୁ ନେଇ ଆୟୋଜିତ ସଭାରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ବାସ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ୟ୍ୟକ୍ରମ ଚାଲୁଥିବାର ସୂଚନା ଦେବା ସହିତ ବର୍ତ୍ତମାନ ଜିଲ୍ଲାରେ ୨୫୮ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୫୯୫ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ଜଣାଇଥିଲେ । କିଶୋରୀମାନଙ୍କ ସହିତ ଭାବବିନିମୟ ସମୟରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅନ୍ୟତମ ସଦସ୍ୟ ଦିବ୍ୟା ଶାଶ୍ଵତୀ ନିଜର ବକ୍ତବ୍ୟରେ ଜିଲ୍ଲାରେ ବାଳିକାମାନେ ଯେପରି ଅଧାରୁ ପାଠ ନ ଛାଡନ୍ତି ସେ ଦିଗରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର କିଶୋରୀମାନେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇ ଥିଲେ । ଆଲୋଚନାରେ ଭାଗ ନେଇ ଆକ୍ସନଏଡର ଆସୋସିଏଟେ ଡାଇରେକ୍ଟର ଦେବବ୍ରତ ପାତ୍ର କିଶୋରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷାରେ ଯୋଡିହୋଇ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବାକୁ ମତବ୍ୟକ୍ତ କରିଥିଲେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପରାମର୍ଶଦାତା ଘାସିରାମ ପଣ୍ଡା ଉପସ୍ଥିତ କିଶୋରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀମାନଙ୍କୁ ବାଲ୍ୟ ବିବାହ ଆଇନ ଓ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ପ୍ରୋଗ୍ରାମ ଅଫିସର ବି ଏନ ଦୂର୍ଗା ଓଡିଶାକୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟ କରିବା ନିମନ୍ତେ ସରକାର, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସର ଆଗାମୀ ଦିନରେ ହେବାକୁ ଥିବା କାର୍ୟ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସହାୟକ ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଦିବାକର ବାହୁକ, ସିଡିପିଓ ଗୀତା ମହାରଣା, ସୁନିତା ଦେବୀ ତ୍ରିପାଠି, ସରୋଜିନୀ ରଥ, ଯମୁନା ଭତ୍ରା, ଶୈରେନ୍ଦ୍ରି ମହାନନ୍ଦ, ଏସ. ଗୀତା, ସୁପର ଭାରରରଇଜର ସସ୍ମିତା ମହାନ୍ତି, ସଞ୍ଜୁକ୍ତା ବେହେରା, ବୈଶାଖୀ ସାମଲ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ଭବିଷ୍ୟତ କାର୍ୟ୍ୟକ୍ରମ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମକୁ ଆକ୍ସନଏଡ ପରାମର୍ଶଦାତା ସଂଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories