ଆସାନସୋଲ୍: ‘ଚୁପ୍ ଚାପ ଯଦି ନ ବସିବ ତେବେ ଗୋଡ଼ ଭାଙ୍ଗି ଦେବି। ଆଉ ହ୍ୱିଲ୍ ଚେୟାର ଧରାଇ ଦେବି।’ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ଚେୟାର ପ୍ରଦାନ ପାଇଁ ଅର୍ଥ ସଂଗ୍ରହ ନିମିତ୍ତ ଆୟୋଜିତ ଏକ ସମାରୋହରେ ଜଣେ ଦର୍ଶକଙ୍କୁ ଏଭଳି ଢଙ୍ଗରେ ଧମକ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋ। କାର୍ଯ୍ୟକ୍ରମରେ ବାବୁଲ୍ ସଂଗୀତ ପରିବେଷଣ କରୁଥିବା ବେଳେ ଜଣେ ଦର୍ଶକ ଇତସ୍ତତ ବୁଲୁଥିବା ଦେଖିଯାଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବାବୁଲ୍ ସେହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କଡ଼ା ଭାଷା ବ୍ୟବହାର କରିଥିଲେ। ବ୍ୟକ୍ତିଜଣକ ଯଦି ତାଙ୍କ ଆସନରୁ ଉଠନ୍ତି ତେବେ ତାଙ୍କ ଗୋଡ଼ ଭାଙ୍ଗି ଦେବାକୁ ବାବୁଲ ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦେଇଥିଲେ। ବାବୁଲ୍ଙ୍କ ଏଭଳି ଆଚରଣ ନୂଆ ନୁହେଁ। ଗତ ମାର୍ଚ୍ଚ ମାସରେ ଆସାନ୍ସୋଲ୍ ଗସ୍ତ ବେଳେ ମଧ୍ୟ ସେ କିଛି ଲୋକଙ୍କୁ ଜୀବନ୍ତ ପୋତି ଦେବାକୁ ଧମକ ଦେଇଥିଲେ।
Popular Categories



