ଗୋପାଳପୁର : ପ୍ରଶାସନିକ କଟକଣା ଯୋଗୁଁ ଗୋପାଳପୁର ବେଳାଭୂମିରେ ସୋମବାର ସକାଳେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବାକୁ ନ ଆସିବାରୁ ତିଳ ସପ୍ତମୀ ବୁଡ଼ ଫିକା ପଡିବା ସହ ଜନଶୂୂୂୂନ୍ୟ ଥିବା ଦେଖିବାକୁ ମିଳିଥିଲା । କରୋନାର ତୃତୀୟ ଲହରର କଟକଣାକୁ ନଜରରେ ରଖି ସ୍ଥାନୀୟ ପୁଲିସ ପକ୍ଷରୁ ଗୋପାଳପୁର କଲେଜ ଛକ ନିକଟରେ ରବିବାର ରାତ୍ର ୧୦ଘଣ୍ଟା ଠାରୁ ସୋମବାର ୧୨ଟା ପର୍ଯ୍ୟନ୍ତ ବେଳାଭୂମିକୁ ସମ୍ପୂର୍ଣ୍ଣ ବାରଣ କରିଥିଲା ଏବଂ ସମୁଦ୍ର ରେ ବୁଡ ପକାଇବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଫେରିଯିବାକୁ କୁହା ଯାଉଥିଲା। ଯାହା ଫଳରେ ବେଳାଭୂମିକୁ ସପ୍ତମୀ ବୁଡ଼ ପାଇଁ ଆସିଥିବା ଭକ୍ତ ମାନଙ୍କୁ ନିରାଶ ହୋଇ ସେଠାରୁ ଫେରିବାକୁ ପଡିଥିଲା । ତେଣୁ ସକାଳେ ଭକ୍ତ ନ ଆସିବାରୁ ବେଳାଭୂମି ଖାଁ ଖାଁ ରହିଥିବା ବେଳେ କଟକଣା କୋହଳ ପରେ ସନ୍ଧ୍ୟାରେ ପର୍ଯ୍ୟଟକ ଓ ଆଖପାଖ ଅଂଚଳର ଲୋକେ ବେଳାଭୂମି ମୁହାଁ ହୋଇଥିବାରୁ ବେଳାଭୂମି ଗହଳି ରହିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନର ପ୍ରତ୍ୟେକ ପୂଜା ପର୍ବରେ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ବାରଣ କରୁଥିବାରୁ ବେଳାଭୂମି ଉଠା ଦୋକାନୀ କରି ପରିବାର ପ୍ରତିପୋଷଣ କରୁଥିବା ବେପାରୀ ମାନଙ୍କ ବ୍ୟବସାୟ ଭଲ ହେଉନଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଏଥି ପ୍ରତି ନଜର ଦେବା ସହ ବେଳାଭୂମି ପ୍ରବେଶର କଟକଣାକୁ କୋହଳ କରିବାକୁ ସେମାନେ ଦାବି ଜଣାଇଛନ୍ତି।
Popular Categories



