www.samajalive.in
Sunday, December 7, 2025
13.1 C
Bhubaneswar

ଗୋପବନ୍ଧୁ ନର୍ସିଂ କଲେଜର ଶେଷବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  ଲୋକ ସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ନର୍ସିଂ କଲେଜର ଶେଷବର୍ଷ ବିଦ୍ୟାର୍ଥୀମାନଙ୍କ ପାଇଁ ସୋମବାର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଲୋକ ସେବକ ମଣ୍ଡଳର ସର୍ବଭାରତୀୟ ଉପସଭାପତି ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଏଠାରେ ଅଧ୍ୟୟନରତ ବିଦ୍ୟାର୍ଥୀ ଈଶ୍ୱରଙ୍କ ଆଶୀର୍ବାଦପ୍ରାପ୍ତ। ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ସେବା,ଆଦର୍ଶରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ବିଦ୍ୟାର୍ଥୀ ସେବା ମାଧ୍ୟମରେ ମୁର୍ମୁଷୁରୋଗୀଙ୍କ ମୁହଁରେ ଯଥାର୍ଥ ସେବା ଯୋଗାଇଦେଇ ନିଜ ପାଇଁ ଗୌରବ ଆଣିବା ସହ ଅନୁଷ୍ଠାନର ନାମକୁ ପ୍ରଜ୍ୱଳିତ କରିବା ପାଇଁ କହିଥିଲେ। କାର୍ଯ୍ୟରତ ସ୍ଥାନରେ ସମର୍ପଣଭାବ ନେଇ ସେବା ପ୍ରଦାନ କରିବା ଏବଂ ଆବଶ୍ୟକ ହେଲେ ଅଧିକ ଶିକ୍ଷା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦିଆଯିବ ବୋଲି ଶ୍ରୀ ରଥ କହିବା ସହିତ ୨୦୧୮-୨୧(ଜିଏନଏମ) ୨୦୧୯-୨୧ (ଏଏନଏମ) ଶେଷବର୍ଷ ବିଦ୍ୟାର୍ଥୀଙ୍କ ସଫଳତା କମନା କରି ଉପରୋକ୍ତ ମତପ୍ରକାଶ କରିଥିଲେ।

- Advertisement -

ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ବିଦାୟୀ ବିଦ୍ୟାର୍ଥୀଙ୍କୁ ଚିକିତ୍ସାସେବା କ୍ଷେତ୍ରରେ କାର୍ଯ୍ୟ କରିବାର କୌଶଳ,ନମ୍ରତା ଓ ସାଧାରଣ ଜନତାଙ୍କୁ ସେବା ପ୍ରଦାନ ନିମନ୍ତେ ପ୍ରତିଶୃତିବଦ୍ଧା ସପଂର୍କରେ କହିବା ସହିତ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିବା ପାଇଁ କହିଥିଲେ। ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟସେବା ଏକ ମହାନ୍ କାର୍ଯ୍ୟ। ସେଥିରେ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରିବା ନିମନ୍ତେ କହିଥିଲେ। ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ବିଦାୟକାଳୀନ ଉତ୍ସବରେ ଅଧ୍ୟକ୍ଷତା କରି ଭଲ ମଣିଷ ହେବା ସହ କାର୍ଯ୍ୟକ୍ଷେତ୍ରରେ ରୋଗୀଙ୍କ ସେବା ଶୁଶ୍ରୁସା କରି ଅନୁଷ୍ଠାନ ପାଇଁ ଗୌରବ ଆଣିବା ନିମନ୍ତେ ଆର୍ଶୀବଚନ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ୨ବର୍ଷର ବିଦ୍ୟାର୍ଥୀମାନେ ବିଦାୟୀ ବିଦ୍ୟାର୍ଥୀମାନଙ୍କୁ ଫୁଲଚନ୍ଦନ ଓ ଦୀପରେ ବନ୍ଦାପନାକରି, ମିଷ୍ଠାନ୍ନ ଖୁଆଇ ଏବଂ ଉପଢୌକନ ଦେଇ ବିଦାୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନର୍ସିଂ କଲେଜର ସମସ୍ତ ଅଧ୍ୟାପିକା ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଦାୟୀ ବିଦ୍ୟାର୍ଥୀମାନେ ଗୋପବନ୍ଧୁ ନର୍ସିଂ କଲେଜରେ ଅଧ୍ୟୟନ ସମୟର ଅନୁୁଭୂତି ବଖାଣିବା ସମୟରେ କଣ୍ଠ ବାଷ୍ପରୁଦ୍ଧ ହୋଇପଡିଥିଲା। ଜିମସାର ଏକ ଶିକ୍ଷାର କୋଣାର୍କ ବୋଲି କହିବାକୁ ପଛାଇନଥିଲେ । ଏଠାରେ ଓଡିଶାର ସମସ୍ତ ପର୍ବପର୍ବାଣୀ ,ପରମ୍ପରା ସଂସ୍କୃତି, ହଜିଯାଇଥିବା ପ୍ରଥା ଆମକୁ ସମାଜରେ ଭଲ ମଣିଷ ହେବା ପାଇଁ ଶିକ୍ଷାଦେଇଛି ଯାହାକି କୌଣସି ପୁସ୍ତକରେ ନଥାଏ ବୋଲି କହିଥିଲେ ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories