ବେସନ ହାଲୱା
ଆବଶ୍ୟକ ସାମଗ୍ରୀ
ବେସନ – ୧୦୦ ଗ୍ରାମ
ଘିଅ – ୧୦୦ ଗ୍ରାମ
ଚିନି- ୧୦୦ ଗ୍ରାମ
କ୍ଷୀର – ୫୦୦ ଗ୍ରାମ
ବାଦାମ- ୧୦ ରୁ ୧୨ ଖଣ୍ଡ
କାଜୁ – ୧୦ ରୁ ୧୨ ଖଣ୍ଡ
ପିସ୍ତା – ୧୦ ରୁ ୧୨ ଖଣ୍ଡ
ଗୁଜୁରାତି ଗୁଣ୍ଡ – ଅଳ୍ପ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଏବେ ଏଥିରେ ବେସନ ପକାଇ ଭଲ ଭାବେ ଭାଜନ୍ତୁ। ସାମାନ୍ୟ ଲୁଣ ପକାନ୍ତୁ। ବେସନର ରଙ୍ଗ ପରିବର୍ତ୍ତନ ହେବା ପରେ ଚିନି ପକାଇ ଗୋଳାନ୍ତୁ। ଏବେ ଗ୍ୟାସକୁ ଧିମା ଆଞ୍ଚ କରି କ୍ଷୀର ପକାନ୍ତୁ। ଗାଢା ହେବା ପରେ ଏଥିରେ କାଜୁ,ବାଦାମ, ପିସ୍ତା ପକାଇ ଗୁଜୁରାତି ଗୁଣ୍ଡ ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏଥିରେ ୧ ଚାମଚ ଘିଅ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବେସନ ହାଲୱା।
Comments are closed.