www.samajalive.in
Monday, December 8, 2025
27.1 C
Bhubaneswar

କାହିଁକି ବିବାହ କରିନଥିଲେ ଲତା ?

ନୂଆଦିଲ୍ଲୀ: ଅଜି ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ଲତା ୯୨ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହେଲେ ଲତାଙ୍କ ଜୀବନୀକୁ ନେଇ ରହିଛି କିଛି ଅଜଣା କଥା । ତାଙ୍କ ସଙ୍ଗୀତ କ୍ୟାରିୟର ଠାରୁ ଆରମ୍ଭ କରି ତାଙ୍କ ପିଲାଦିନ ଥିଲା ବହୁ ସଂଘର୍ଷମୟ । ମଧ୍ୟପ୍ରଦେଶର ଇନ୍ଦୋରରେ ଲତା ମଙ୍ଗେସକର ଜନ୍ମ ଗ୍ରହଣ କରିଥିଲେ । ୧୯୨୯ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ ହୋଇଥିଲା ତାଙ୍କର ଜନ୍ମ । ତାଙ୍କର ଭାଇ ଭଉଣୀ ୫ଜଣ ଥିଲେ । ଆଉ ସେମାନଙ୍କ ମଧ୍ୟରୁ ବଡ଼ ଝିଅ ଥିଲେ ଲତା । ଲତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ପରିବାରର ବଡ଼ ଝିଅ ଥିବାରୁ ପରିବାର ଦାୟିତ୍ୱ ବହନ କରିଥିଲେ ଲତାମଙ୍ଗେସକର । ପରିବାରରେ ଭାଇ-ଭଉଣୀଙ୍କ ଦାୟିତ୍ୱ ପାଇଁ ବିବାହ କରିପାରିନଥିଲେ । ପରେ ସେ ଗୀତ ଗାଇବାର ସୁଯୋଗ ପାଇଥିଲେ । ସାତ ଦଶନ୍ଧିର କ୍ୟାରିଅରରେ କୋକିଳ କଣ୍ଠି ଲତା ପ୍ରାୟ ପାଖାପାଖି ୩୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଥିଲେ । ସେ ଷାଠିଏରୁ ଅଧିକ ଆଞ୍ଚଳିକ ଭାରତୀୟ ଭାଷା ଏବଂ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି । ୨୦୦୧ରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories