ନୂଆଦିଲ୍ଲୀ: ଲତା ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଉଣୀ । ଆଉ ପ୍ରତିବର୍ଷ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ରକ୍ଷା ବନ୍ଧନରେ ଉଭୟ ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥାନ୍ତି । ଉଭୟ ଲତା ଓ ନରେନ୍ଦ୍ର ମୋଦୀଙ୍କ ଭଲପାଇବା ରକ୍ଷାବନ୍ଧନରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥାଏ । ଆଉ ସେହି ଦିନକୁ ମନେପକାଇ ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲତାଙ୍କୁ ଦିଦି ବୋଲି ସାମ୍ବୋଧନ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଗତବର୍ଷ ରକ୍ଷା ପୂର୍ଣ୍ଣିମାରେ କରୋନା ଲହର ଚାଲୁଥିବା ବେଳେ ଲତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିବା ଦେଖିବାକେୁ ମିଳିଥିଲା ।
ସେ ଭିଡିିଓରେ କହିଥିଲେ ତୁମେ ଯେପରି କାମ କରୁଛ ତାହା ଦେଶବାସୀ ସର୍ବଦା ମନେ ରଖିବେ। ଭାରତର କୋଟି କୋଟି ମହିଳା ଆପଣଙ୍କୁ ରାକ୍ଷୀ ବାନ୍ଧିବାକୁ ଆଗକୁ ହାତ କରୁଛନ୍ତି ମାତ୍ର ରାକ୍ଷୀ ବାନ୍ଧିବା ସମ୍ଭବ ନୁହେଁ। କାରଣ ଦେଶରେ କରୋନାର ଲହର ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲତାଙ୍କର ଟ୍ୱିଟରେ ପ୍ରତିଉତ୍ତର ରଖିଥିଲେ । ମୋଦୀ କହିଥିଲେ ଲତା ଦିଦି, ରକ୍ଷା ବନ୍ଧନର ଏହି ଶୁଭ ସମୟରେ ଆପଣଙ୍କର ଏହି ଭାବବିହ୍ୱଳ କଥା, ପ୍ରେରଣା ଓ ଶକ୍ତି ଦେବ। କୋଟି କୋଟି ମାଆ ଓ ଭଉଣୀଙ୍କ ଆଶୀର୍ବାଦ ଆମ ଦେଶକୁ ସବୁଠାରୁ ଉଚ୍ଚ ଶୀର୍ଷକୁ ନେବ। ନୂତନ ନୂତନ ସଫଳତା ପ୍ରାପ୍ତି କରିବ।



