ଜମ୍ମୁ: ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ଭାରତୀୟ ଯବାନଙ୍କ ଗୁଳିରେ ତିନି ଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ ଜବତ କରାଯାଇଛି।
ସୂଚନା ମୁତାବକ, ରାତିରେ ତିନି ଜଣ ଅନୁପ୍ରବେଶକାରୀ ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ପ୍ରବେଶ କରିଥିଲେ। ଏହି ସମୟରେ ସୀମା ସୁରକ୍ଷା ବଳ ଯବାନଙ୍କ ନଜର ତାଙ୍କ ଉପରେ ପଡ଼ିବା ମାତ୍ରେ ସେମାନେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନୁପ୍ରବେଶକାରୀ ନ ଅଟକି ଆଗକୁ ବଢିଥିଲେ। ଏହାପରେ ଯବାନ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ତଲାସୀ ବେଳେ ସେମାନଙ୍କଠାରୁ ୩୬ କିଲୋ ନିଶାଦ୍ରବ୍ୟ ମିଳିଛି। ଅଧିକ ଅନୁସନ୍ଧାନ ଜାରି ରହିଛି।



