www.samajalive.in
Thursday, December 11, 2025
26.1 C
Bhubaneswar

ଆରପାରିରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଛି। ୨୯ ଦିନ ହେବ ଭେଣ୍ଟିଲେଟରରେ ଥିବା ଲତାଙ୍କର ଆଜି ସକାଳ ୮ଟାରେ ପରଲୋକ ଘଟିଛି। ସେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ। ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ବାତାବରଣ ଖେଳିଯାଇଛି। ଲତା କୋଭିଡରେ ସଂକ୍ରମିତ ହେବା ପରେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଜାନୁଆରୀ ୮ରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା।

୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ଲତା ୧୯୪୨ ମସିହାରେ ମାତ୍ର ୧୩ ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସାତ ଦଶନ୍ଧିର କ୍ୟାରିଅରରେ କୋକିଳ କଣ୍ଠି ଲତା ଏକ ହଜାରରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି। ସେ ଷାଠିଏରୁ ଅଧିକ ଆଞ୍ଚଳିକ ଭାରତୀୟ ଭାଷା ଏବଂ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି।

- Advertisement -

୨୦୦୧ରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପାଇବାରେ ସେ ଏମଏସ ସୁବାଲକ୍ଷ୍ମୀଙ୍କ ପରେ ଦ୍ୱିତୀୟ କଣ୍ଠଶିଳ୍ପୀ ଅଟନ୍ତି। ସେ ତାଙ୍କ କ୍ୟାରିୟରରେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ଏ ମେରେ ୱତନ କେ ଲୋଗୋ, ବାବୁଲ୍ ପ୍ୟାରେ, ଲଗ ଯା ଗଲେ ସେ ଫିର ଭଳି ଲୋକପ୍ରିୟ ଗୀତର ଗାୟିକା ଥିଲେ ଲତା।

ଲତା ମଙ୍ଗେସକର ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ। ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ଗୀତ ‘ସେଇ ଚୁନା ଚୁନା ତାରା ଫୁଲ ଆଜି’ ଓ ଅରୁନ୍ଧତୀ ଚଳଚ୍ଚିତ୍ରର ଗୀତ ‘ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ’ ଗାଇଥିଲେ। ଲତାଙ୍କ ପରଲୋକରେ କେନ୍ଦ୍ର ସରକାର ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories