www.samajalive.in
Wednesday, December 10, 2025
18.1 C
Bhubaneswar

ନୀରବିଗଲେ ସ୍ୱର ସାମ୍ରାଜ୍ଞୀ, ଶୋକାକୁଳ ସାରା ଦେଶ

ନୂଆଦିଲ୍ଲୀ: ପରଲୋକରେ ଭେଟେରାନ ଗାୟିକା ଲତା ମଙ୍ଗେସକର । ଆଜି ସକାଳ ୮ଟାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଗତ ୨୯ ଦିନ ଧରି ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଲତାଙ୍କର ଚିକିତ୍ସା ଚାଲିଥିଲା । ସେ କରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଜାନୁଆରୀ ୮ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଇତିମଧ୍ୟରେ ସେ କୋଭିଡ୍ ଏବଂ ନିମୋନିଆରୁ ଆରୋଗ୍ୟ ଲାଭ କରିଥିଲେ ସୁଦ୍ଧା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ତେବେ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ଭେଣ୍ଟିଲେଟରରୁ ବାହାରି ସେ ସ୍ୱତନ୍ତ୍ର ୱାର୍ଡରେ ରହିଥିଲେ । ହେଲେ ଗତକାଲି ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପୁଣି ଅବନ୍ନତି ଘଟିଥିଲା । ତେଣୁ ପୁଣି ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା । ଆଜି ସକାଳେ ତାଙ୍କର ପରଲୋକ ହୋଇଛି ।

ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର ଖାଲି ହିନ୍ଦୀ ନୁହେଁ ବଙ୍ଗଳା ଓ ମରାଠୀ ଭଳି ବହୁ ଭାଷାରେ ନିଜର କଣ୍ଠଦାନ କରିଛନ୍ତି । ଗୀତ ପାଇଁ ସେ ସାରା ଦେଶର ଘରେଘରେ ପରିଚିତ ଥିଲେ । ୨୦୦୪ରେ ବଲିଉଡ୍ ରିଲିଜ୍ ଭିର୍-ଜରା ଲତାଙ୍କ ଶେଷ ଆଲବମ୍ ଥିଲା । ‘ନାଇଟେଙ୍ଗଲ ଅଫ୍ ଇଣ୍ଡିଆ’ ଭାବରେ ଜଣାଶୁଣା ଲତା ୧୯୪୨ରେ ପିତା ପଣ୍ଡିତ ଦୀନାନାଥ ମଙ୍ଗେସ୍କରଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ। ପରେ ତାଙ୍କୁ ତାଙ୍କର ଗୀତ ବହୁତ ବଡ଼ ସଫଳତା ଆଣି ଦେଇଥିଲା । ଲତାଙ୍କର ପ୍ରଥମ ବଲିଉଡ ଚଳଚ୍ଚିତ୍ର ୧୯୪୮ ‘ଦିଲ୍ ମେରା ତୋଡା’ରେ କଣ୍ଠଦାନ କରିଥିଲେ । ଖାଲି ଗୀତ ନୁହେଁ ସେ ଜଣେ ଭଲ ଥିଏଟର ଅଭିନେତ୍ରୀ ସହ ଶାସ୍ତ୍ରୀୟ ଗାୟିକା ମଧ୍ୟ ଥିଲେ । ତାଙ୍କର ଆଜି ବିୟୋଗରେ ସାରା ଦେଶ ଶୋକାକୁଳ ହୋଇପଡ଼ିଛି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories