www.samajalive.in
Monday, December 8, 2025
17.1 C
Bhubaneswar

ଧୋନିଙ୍କ ନୂଆ ଅବତାର ‘ଅଥର୍ବ’

ନୂଆଦିଲ୍ଲୀ : ନିର୍ମାଣ ଚାଲିଥିବା ଗ୍ରାଫିକ୍‌ ଉପନ୍ୟାସ ‘ଅଥର୍ବ: ଦି ଅରିଜିନ୍‌’ର ପ୍ରଥମ ପୋଷ୍ଟର ତାଙ୍କ ପ୍ରଶଂସକଙ୍କ ସମ୍ମୁଖକୁ ଆଣିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ବୁଧବାର ‘ଫେସ୍‌ବୁକ୍‌’ ଜରିଆରେ ଧୋନି ଏହି ପୋଷ୍ଟର ଜାରି କରିଛନ୍ତି। ଏହି ଗ୍ରାଫିକ୍‌ ଉପନ୍ୟାସରେ ନିଜେ ଧୋନି ଜଣେ ସୁପର ହିରୋ ଓ ଲଢ଼ୁଆ ସେନାପତି ଭାବେ ନଜର ଆସିବେ। ଧୋନିଙ୍କର ଏହି ନୂଆ ଅବତାର ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଜାରି କରା ଯାଇଥିବା ପୋଷ୍ଟରରେ ଧୋନିଙ୍କୁ ଜଣେ ଯୋଦ୍ଧା ଭାବେ ଦେଖିବାକୁ ମିଳିଛି। ଏହି ଆନିମେଟେଡ୍‌ ପୋଷ୍ଟରରେ ଧୋନି ଶୀର୍ଷକ ଭୂମିକା ଅଥର୍ବ ନିର୍ବାହ କରୁଛନ୍ତି। ଧୋନିଙ୍କୁ ଏକ ରାକ୍ଷାସ ସେନା ବିରୋଧରେ ଏକା ଲଢ଼ିବା ଦେଖିବାକୁ ମିଳିଛି। ଏହି ଗ୍ରାଫିକ୍‌ ଉପନ୍ୟାସ ରମେ ତାମିଲମାନିଙ୍କ ଦ୍ବାରା ଲେଖାଯାଇଛି। ବିଭିନ୍ନ ସ୍ଥିରଚିତ୍ର ଦ୍ବାରା ଏହି ଗ୍ରାଫିକ୍‌ ଉପନ୍ୟାସ ପ୍ରସ୍ତୁତ ହୋଇଛି। ‘ଅଥର୍ବ: ଦି ଅରିଜିନ୍‌’ ଏକ ଚଳଚ୍ଚିତ୍ର ହୋଇନଥିଲେ ମଧ୍ୟ ଏହା ବେଶ୍‌ ଆଦୃତହେବ ବୋଲି ଅନୁମାନ କରାଯାଉଛି। ଚଳିତବର୍ଷ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବ। ଦେଶର ନାମୀ ଚିତ୍ରକରମାନେ ଏହି ଗ୍ରାଫିକ୍‌ ଉପନ୍ୟାସ ପାଇଁ କାମ କରିଛନ୍ତି। ତାଙ୍କର ଏହି ନୂଆ ଅବତାର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଦୃତ ହେବ ବୋଲି ଧୋନି ଆଶା ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories